ସ୍କୁଲରେ ଶିକ୍ଷକ ଅଭାବକୁ ନେଇ ପ୍ରତିବାଦ; ସମସ୍ତ ଛାତ୍ରଛାତ୍ରୀ ଫିଙ୍ଗିଦେଲେ ୟୁନିଫର୍ମ

ସ୍କୁଲ ୟୁନିଫର୍ମ ଫିଙ୍ଗି ଦେଲେ ଛାତ୍ରଛାତ୍ରୀ। ନାଁ ସ୍କୁଲ ଭିତରକୁ ପଢିବାକୁ ଗଲେ, ନାଁ ମଧ୍ୟାହ୍ନ ଭୋଜନ କଲେ। ସ୍କୁଲରେ ଶିକ୍ଷକ ଅଭାବ ଥିବାରୁ ଏଭଳି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ୟୁ.ଜି ୟୁ.ପି ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା | ସୂଚନାମୁତାବକ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ୟୁ.ଜି ୟୁ.ପି ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ନାହାନ୍ତି। ବିଦ୍ୟାଳୟରେ ଆଠଟି ଶ୍ରେଣୀରେ ୩୫୦ରୁ ଅଧିକ ଛାତ୍ରଛlତ୍ରୀ ପଢୁଥିବା ବେଳେ ଅଛନ୍ତି ମାତ୍ର ୪ ଜଣ ଶିକ୍ଷକ। ଏନେଇ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ପ୍ରତିବାଦରେ ଛାତ୍ରଛାତ୍ରୀମାନେ ସ୍କୁଲ ପୋଷାକ ଫେରାଇଦେବା ସହ ମଧ୍ୟlହ୍ନ ଭୋଜନ ନ ଖାଇ ଉପାସ ରହି ପ୍ରତିବାଦ ଜଣାଇଛନ୍ତି । ଶିକ୍ଷକ ଅଭାବ ଅଭିଯୋଗକୁ ପ୍ରଧାନ ଶିକ୍ଷକ ସ୍ୱୀକାର କରିବା ସହ ଉଚ୍ଚ କର୍ତ୍ତୃପକ୍ଷ ପଦକ୍ଷପ ନେବାକୁ ଅନୁରୋଧ କରିଛନ୍ତି ।

ଅଧିକ ପଢନ୍ତୁ