ଭାରତୀୟ ଚାଷୀ ଏବଂ ଟ୍ରେଡ୍ ୟୁନିୟନଗୁଡିକ ପକ୍ଷରୁ ଗୁରୁବାର ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। ମୁଖ୍ୟତଃ କେନ୍ଦ୍ର ସରକାର ଆଣିଥିବା ୪ ନୂଆ ଶ୍ରମ କୋଡ୍ ବାତିଲ ଦାବିରେ ୧୦ ଟ୍ରେଡ୍ ୟୁନିୟନ ପକ୍ଷରୁ ବନ୍ଦ ଡାକରା ଦେବା ସହ ଅନ୍ୟ ସଙ୍ଗଠନଗୁଡିକର ସମର୍ଥନ ଲୋଡ଼ିଛନ୍ତି। ଅନ୍ୟପଟେ ଆଜି ୧୦ଟା୧୫ରେ ବନ୍ଦହେବ ଲୋକସେବା ଭବନ ଗେଟ୍ । ଶ୍ରମିକ ସଂଗଠନର ବନ୍ଦ ଡାକାରା ପରିପ୍ରେକ୍ଷୀରେ ନିର୍ଦ୍ଦେଶନାମା ଜାରି କରିଛି ଗୃହ ବିଭାଗ । ଖାରବେଳ ଭବନ, ଲୋକସେବା ଭବନ , ରାଜୀବ ଭବନ ଓ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟର କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶାବଳି ଜାରି ହୋଇଛି । କୃଷିଭବନ କର୍ମଚାରୀଙ୍କ ପାଇଁ ମଧ୍ୟ ନିର୍ଦ୍ଦେଶାବଳି । ସମସ୍ତ କର୍ମଚାରୀ ସକାଳ ୯ଟା ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବାକୁ ନିର୍ଦ୍ଦେଶ ରହିଛି ।ଅନ୍ୟପକ୍ଷରେ ପିଲାମାନେ ସ୍କୁଲ, କଲେଜ ଯିବା ନେଇ ଏବେଠାରୁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। କାରଣ ଯଦି ଗାଡ଼ି, ମଟର ଚଳାଚଳ ନ କରିବ ତେବେ ପିଲାମାନେ ଶିକ୍ଷାନୁଷ୍ଠାନ କେମିତି ଯିବେ ତାହା ଦ୍ୱନ୍ଦ୍ୱରେ ଅଛି। ସରକାରଙ୍କ ପକ୍ଷରୁ ସ୍କୁଲ, କଲେଜ ଏବଂ ସରକାରୀ କାର୍ଯ୍ୟାଳୟ ବନ୍ଦ ନେଇ କିଛି ଘୋଷଣା କରାଯାଇନାହିଁ। ତେବେ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ଡାକରା । ବଜାର, ଯାନବାହନ, ସ୍କୁଲ, କଲେଜ ବନ୍ଦ ଡାକରା କରାଯାଇଛି । କେତେକ ଘରୋଇ ସ୍କୁଲରେ ସ୍ଥଗିତ ରହିଛି ପରୀକ୍ଷା । ବନ୍ଦ ପ୍ରଭାବରେ ବନ୍ଦ ରହିପାରେ ବ୍ୟାଙ୍କ ଓ ପେଟ୍ରୋଲ ପମ୍ପ । ଖୋଲିବ ସରକାରୀ ଅଫିସ, ଚାଲିବ ଅତ୍ୟାବଶ୍ୟକ ସେବା । ବ୍ୟାଙ୍କ, ବୀମା, ପୋଷ୍ଟାଲ ଅଫିସ ବନ୍ଦ ।
