୧୨ ଜୁନ୍ ୨୦୨୫ରେ, ଅପରାହ୍ନରେ ଗୁଜୁରାଟର ଅହମଦାବାଦରୁ ଲଣ୍ଡନ ଯାଉଥିବା ଏକ ବୋଇଂ ୭୮୭-୮ ବିମାନ ଉଡ଼ାଣ ଆରମ୍ଭ ହେବାର ମାତ୍ର କିଛି ସେକେଣ୍ଡ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନର ପଛ ଭାଗ ମେଡିକାଲ୍ ହଷ୍ଟେଲ୍ କୋଠାରେ ଧକ୍କା ଦେଇଥିଲା। ବିମାନରେ ଥିବା ୨୪୧ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ସମେତ ୨୭୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ କେବଳ ଜଣେ ଯାତ୍ରୀ ବଞ୍ଚି ଯାଇଥିଲେ। ମୃତକଙ୍କ ମଧ୍ୟରେ ୬୦ ଜଣ ବିଦେଶୀ ଥିଲେ। ତବେ କକପିଟରେ ଥିବା ଜଣେ ପାଇଲଟ୍ ଜାଣିଶୁଣି ଇନ୍ଧନ ସ୍ୱିଚ୍ ବନ୍ଦ କରିବା ଯୋଗୁଁ ଘଟିଥିଲା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା। ଭାରତୀୟ ତଦନ୍ତ ଏଜେନ୍ସିଗୁଡ଼ିକ ସେମାନଙ୍କର ଚୂଡ଼ାନ୍ତ ରିପୋର୍ଟରେ ପ୍ରକାଶ କରିପାରନ୍ତି। ଇଟାଲୀର ପ୍ରସିଦ୍ଧ ଖବରକାଗଜ କୋରିଏର ଡେଲା ସେରା ଏୟାର ଇଣ୍ଡିଆ ଫ୍ଲାଇଟ୍-AI17 ର ଦୁର୍ଘଟଣା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଦାବି କରିଛି।ବିମାନ ଚଳାଚଳ ଏଜେନ୍ସିଗୁଡ଼ିକ କହିଛନ୍ତି ଯେ ତଦନ୍ତ ଏପର୍ଯ୍ୟନ୍ତ କୌଣସି ଯାନ୍ତ୍ରିକ ତ୍ରୁଟି ପାଇନାହିଁ। ରିପୋର୍ଟ ଅନୁଯାୟୀ, କକପିଟ୍ ଭଏସ୍ ରେକର୍ଡିଂରୁ ଏହା ମଧ୍ୟ ଜଣାପଡ଼ିଛି ଯେ କେଉଁ ପାଇଲଟ୍ ଇନ୍ଧନ ସ୍ୱିଚ୍ ବନ୍ଦ କରିଥିଲେ। ଏହି ଏୟାର ଇଣ୍ଡିଆ ବୋଇଂ 787-8 ଡ୍ରିମଲାଇନର ବିମାନଟି ଅହମ୍ମଦାବାଦରୁ ଲଣ୍ଡନ ଗାଟୱିକ୍ ଅଭିମୁଖେ ଉଡ଼ୁଥିଲା। ବିମାନଟି କ୍ୟାପ୍ଟେନ୍ ସୁମିତ ସବରୱାଲ୍ ଏବଂ କୋ-ପାଇଲଟ୍ କ୍ୟାପଟେନ୍ କ୍ଲାଇଭ୍ କୁଣ୍ଡର ଉଡ଼ାଉଥିଲେ।ସୂତ୍ରଗୁଡ଼ିକୁ ଉଦ୍ଧୃତ କରି କୋରିଏର ଡେଲା ସେରା ମଙ୍ଗଳବାର (ଫେବୃଆରୀ 10) ରିପୋର୍ଟ କରିଛନ୍ତି ଯେ ଦୁର୍ଘଟଣା ପାଇଁ କ୍ୟାପଟେନ ସୁମିତ ସବରୱାଲଙ୍କୁ ଦାୟୀ କରାଯାଇପାରେ। ରିପୋର୍ଟ ଅନୁଯାୟୀ, ତଦନ୍ତରୁ ଜଣାପଡ଼ିଛି ଯେ ପ୍ରଥମେ ବାମ ଇଞ୍ଜିନ୍ ବନ୍ଦ ହୋଇଯାଇଥିଲା। ଯେହେତୁ କ୍ୟାପ୍ଟେନ୍ ସର୍ବଦା ବାମ ସିଟ୍ ରେ ବସେ, ତେଣୁ ସନ୍ଦେହ ତାଙ୍କ ଉପରେ ପଡ଼ିଥାଏ। ତା’ପରେ ଡାହାଣ ଇଞ୍ଜିନ୍ ମଧ୍ୟ ବନ୍ଦ ହୋଇଯାଏ। ଖବରକାଗଜରେ ଏହା ମଧ୍ୟ ରିପୋର୍ଟ କରାଯାଇଛି ଯେ ଦୁର୍ଘଟଣା ସମୟରେ, କୋ-ପାଇଲଟ୍ କ୍ଲାଇଭ୍ କୁଣ୍ଡରଙ୍କ କଣ୍ଟ୍ରୋଲ୍ ଷ୍ଟିକ୍ ଲିଫ୍ଟଅଫ୍ ସ୍ଥିତିରେ ଥିଲା, ଯେତେବେଳେ କ୍ୟାପ୍ଟେନଙ୍କ କଣ୍ଟ୍ରୋଲ୍ ଷ୍ଟିକ୍ ସ୍ଥିର ଥିଲା। ଅନ୍ୟପଟେ ଲଣ୍ଡନ ଖବରକାଗଜ ଦି ଇଣ୍ଡିପେଣ୍ଡେଣ୍ଟ ଏୟାର ଇଣ୍ଡିଆ ଉପରେ ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି।ଏୟାର ଇଣ୍ଡିଆ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ମୃତକଙ୍କ ପରିବାରକୁ ଅତିରିକ୍ତ କ୍ଷତିପୂରଣ ବଦଳରେ ମାମଲା ଦାୟର ନକରିବାକୁ ପ୍ରସ୍ତାବ ଦେଇଛି ବିମାନ କମ୍ପାନି ମୃତକଙ୍କ ପରିବାରଗୁଡ଼ିକୁ କ୍ଷତିପୂରଣ ଭାବରେ ଅତିରିକ୍ତ ୧୦ ଲକ୍ଷ ଟଙ୍କା ଦେବାକୁ ପ୍ରସ୍ତାବ ଦେଇଛି। ତେତେକ କ୍ଷେତ୍ରରେଏହା ୨୦ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ ବୋଲି ଏୟାର ଇଣ୍ଡିଆ କହିଥିବା ରିପୋର୍ଟରେ ପ୍ରକାଶ ପାଇଛି।। ତେବେ ଏହି ଅତିରିକ୍ତ କ୍ଷତିପୂରଣ ପାଇଁ ପରିବାରବର୍ଗ ଏକ ସର୍ତ୍ତରେ ରାଜି ହେବେ ଯେ, ସେମାନେ ଭବିଷ୍ୟତରେ ଦୁର୍ଘଟଣା ସମ୍ବନ୍ଧୀୟ ଦାବି ଦାଖଲ କରିବେ ନାହିଁ ଓ କମ୍ପାନିକୁ ସମସ୍ତ ଆଇନଗତ ଦାୟିତ୍ୱରୁ ମୁକ୍ତ କରିବେ। ଏହି ସର୍ତ୍ତ ଯେକୌଣସି ଦେଶ କିମ୍ବା ଅଦାଲତରେ ଆଇନଗତ ହେବ।
