ପ୍ରେମିକାକୁ ପାଇବା ପାଇଁ ୪ କିଲୋମିଟର ଗଡ଼ିଲେ ଯୁବକ । ମହାଶିବରାତ୍ରୀରେ ଜଣେ ଯୁବକ ନିଜ ପ୍ରେମିକାକୁ ପାଇବା ପାଇଁ ୪ କିଲୋମିଟର ଗଡ଼ି ଗଡ଼ି ମନ୍ଦିରରେ ପଞ୍ଚିଥିଲେ । ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ଳାଭଟା କପିଳେଶ୍ୱର ମନ୍ଦିରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।ଲୋକନାଥ ନିଜ ପ୍ରେମକୁ ପାଇବା ପାଇଁ ନିଜ ଗାଁ ଡାଙ୍ଗବାଡ଼ି ଠାରୁ ଅମ୍ଳଭଟା ଶିବ ମନ୍ଦିରକୁ ପ୍ରାୟ ୪ କିଲୋମିଟର ଧାରଣାରେ ପଡିପଡି ଆସିଛନ୍ତି । ମନ୍ଦିରରେ ପହଞ୍ଚିବା ପରେ ଶିବଙ୍କୁ ଦର୍ଶନ କରିବା ସହ ଭଗବାନଙ୍କ ନିକଟରେ ମାନସିକ ରଖିଛନ୍ତି । ତେବେ ପୁଅର ଏହି ନିଷ୍ଠା ସମର୍ପଣ ଭାବ ଦେଖି ବାପା-ମାଆ ବି ଆଗେଇ ଆସିଛନ୍ତି ସହଯୋଗ କରିବାକୁ ।ସକାଳ ୩ଟାରୁ ପ୍ରାୟ ୮ ଘଣ୍ଟା ଗଡି ଗଡି ମନ୍ଦିରରେ ପହଁଚିଥିଲେ ଲୋକନାଥ ।। କହିବାକୁ ଗଲେ ଲୋକନାଥ ଉଚ୍ଚ ଶିକ୍ଷିତ, ଚେନାଇର ଏକ କମ୍ପାନୀରେ ଅପରେଟର ଭାବେ କାର୍ଯ୍ୟ କରନ୍ତି । ହେଲେ ପ୍ରେମ ପାଇଁ ସେ ଏବେ ବାବା ଭୋଲେଙ୍କୁ ନ୍ୟାୟ ଭିକ୍ଷା କରିଛନ୍ତି । ତାଙ୍କର ପ୍ରକୃତ ଇଚ୍ଛାଟି କଣ ସେ ପରିପ୍ରକାଶ କରିନାହାଁନ୍ତି କିନ୍ତୁ ଏତିକି କହିଛନ୍ତି ସେ ପ୍ରେମ ପାଇଁ ଏସବୁ ପରୀକ୍ଷା ।
