ରାଜ୍ୟରେ ବଢ଼ିଲା ସବୁ ବର୍ଗ ଶ୍ରମିକଙ୍କ ଦୈନିକ ମଜୁରି

ରାଜ୍ୟର ବିଭିନ୍ନ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ କର୍ମଜୀବୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଗୁରୁବାର ମହଙ୍ଗାଭତ୍ତା ବୃଦ୍ଧି କରିଛନ୍ତି। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଶ୍ରମ ଆୟୁକ୍ତ ଇନ୍ଦ୍ରମଣି ତ୍ରିପାଠୀ ଦର୍ଶାଇଛନ୍ତି, ସର୍ବନିମ୍ନ ମଜୁରି ଉପରେ ପ୍ରତ୍ୟେକ ଏପ୍ରିଲ ଓ ଅକ୍ଟୋବରରେ ମହଙ୍ଗା ଭତ୍ତାରେ ସଂଶୋଧନ କରାଯାଉଛି। ଚଳିତ ଅକ୍ଟୋବରରୁ ମହଙ୍ଗା ଭତ୍ତାରେ ଅତିରିକ୍ତ ଭାବେ ଦୈନିକ ୬ ଟଙ୍କା ବୃଦ୍ଧି କରାଯାଇଛି।ଅଣକୁଶଳୀ ଶ୍ରମିକ ୪୭୮ ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକ ୫୨୮ ଟଙ୍କା,କୁଶଳୀ ଶ୍ରମିକ ୫୭୮ ଟଙ୍କା ଏବଂ ଉଚ୍ଚ କୁଶଳୀ ଶ୍ରମିକଙ୍କ ପାଇଁ ୬୨୮ ଟଙ୍କାରେ ପହଞ୍ଚିଛି ।

ଅଧିକ ପଢନ୍ତୁ