ଓଡିଶା ଛବିକୁ ମଳିନ କରିସାରିଲେଣି ଡବଲ ଇଞ୍ଜିନ ସରକାର: ନବୀନ ପଟ୍ଟନାୟକ 

ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ସରକାରଙ୍କ ଉପରେ ଜୋରଦାର୍ ବର୍ଷିଛନ୍ତି ।ଜନତାଙ୍କୁ ସମ୍ବୋଧିତ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି କି,  ଓଡ଼ିଶା ଛବିକୁ ନଷ୍ଟ କରିଦେଲା ଡବଲ୍ ଇଞ୍ଜିନ୍ ସରକାର । ବିଜେଡି ବିକାଶ ଓ ସେବାରେ ବିଶ୍ବାସ କରେ ବୋଲି  କହିଲେ ନବୀନ  । ‘ବିଜେଡି ସରକାର ବେଳେ ଓଡ଼ିଶାର ଅନେକ ବିକାଶ ହୋଇଛି । ‘ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ମଡେଲ୍ ଷ୍ଟେଟ୍ ହୋଇ ପାରିଥିଲା । କିନ୍ତୁ ଡବଲ୍ ଇଞ୍ଜିନ୍ ସରକାର ଓଡ଼ିଶାର ଇମେଜକୁ ନଷ୍ଟ କରିଦେଲା ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।ଡବଲ ଇଞ୍ଜିନ ସରକାରର ବିଫଳତାକୁ ପ୍ରତି ଘରେ ଘରେ ପହଞ୍ଚାଇ ଲୋକଙ୍କୁ ସଚେତନ କରିବାକୁ ନବୀନ ଆହ୍ଵାନ ଦେଇଛନ୍ତି ।  ସୂଚନାଯୋଗ୍ୟ ଯେ, ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ବିଜେଡିର ପଦଯାତ୍ରା ନଭେମ୍ବର ଦୁଇ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମରେ ପ୍ରାୟ ଦଶ ହଜାରରୁ ଅଧିକ ଜନ ସମାବେଶ ହେବ । 

ଅଧିକ ପଢନ୍ତୁ