ହାଇକୋର୍ଟଙ୍କ ବଡ଼ ରାୟ, ନାବାଳିକାକୁ ପୋଷାକ ଉପରୁ ସ୍ପର୍ଶ ମଧ୍ୟ ଯୌନ ନିର୍ଯାତନା

ପୋକ୍ସୋ ଆଇନରେ ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ ।  ନାବାଳିକାକୁ ପୋଷାକ ଉପରୁ ସ୍ପର୍ଶ କରିବା ମଧ୍ୟ ଯୌନ ନିର୍ଯାତନା।ଜଣେ ନାବାଳିକାଙ୍କ ବକ୍ଷୋଜକୁ ସ୍ପର୍ଶ କରିବା ପକ୍ସୋ ଆାଇନ ଅନୁଯାୟୀ ଗମ୍ଭୀର ଅପରାଧ ବା ଯୌନ ନିର୍ଯାତନା ଅଟେ ।  ଅଭିଯୁକ୍ତ ଏବଂ ପୀଡ଼ିତାଙ୍କ ମଧ୍ୟରେ ସିଧାସଳଖ  ଶରୀର ସ୍ପର୍ଶ ହୋଇ ନଥିଲେ ମଧ୍ୟ ଏହା ଅପରାଧ ଶ୍ରେଣୀଭୁକ୍ତ ହେବ।ବମ୍ବେ ହାଇକୋର୍ଟଙ୍କ ଏକ ପୁରୁଣା ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ପୂର୍ବରୁ ବଦଳାଇ ସାରିଛନ୍ତି ।  ଏହି ପୁରୁଣା ଧାରଣା ଶିଶୁ ସୁରକ୍ଷା ଆଇନର ବିରୁଦ୍ଧ ଅଟେ ।  କୋର୍ଟ ଏହି ମାମଲାରେ ଅଭିଯୁକ୍ତର ଦୋଷକୁ କାଏମ ରଖିଛନ୍ତି। ପୋକ୍ସୋ ଆଇନର ଧାରା ୮ ଅନୁଯାୟୀ, ଏହି ଅପରାଧ ପାଇଁ ଅତିକମରେ ୩ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ଜୋରିମାନାର ବ୍ୟବସ୍ଥା ରହିଛି। ଏହି ନିଷ୍ପତ୍ତି ଦ୍ୱାରା ଶିଶୁମାନଙ୍କ ସୁରକ୍ଷା ବ୍ୟବସ୍ଥା ଆହୁରି ମଜବୁତ ହୋଇଛି । ଏକ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି

ଅଧିକ ପଢନ୍ତୁ