୭ ଲକ୍ଷ ଭୂତ ହିତାଧିକାରୀଙ୍କ ନାଁରେ ଲୁଟ ହେଉଥିଲା ରାସନ । ଲକ୍ଷାଧିକ ଅଯୋଗ୍ୟ ବି ହାତେଇ ଥିଲେ ରାସନ କାର୍ଡ । ନୂଆ ସରକାର ଇ- କେୱାଇସି ପ୍ରକ୍ରିୟା କରିବା ପରେ ସାମ୍ନାକୁ ଆସିଛି ଏହି ତଥ୍ୟ । ବିଧାନସଭାରେ ଯୋଗାଣ ମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି । ଗତ ୨ବର୍ଷ ଭିତରେ ୩୪,୯୩୯ ଅଯୋଗ୍ୟ ରାସନକାର୍ଡ ହିତାଧିକାରୀଙ୍କ କାର୍ଡ ରଦ୍ଦ ହୋଇଛି। ୭ ଲକ୍ଷ ୭୫ ହଜାର ୬୪ ଜଣ ମୃତକଙ୍କୁ ରାସନକାର୍ଡରୁ ବାଦ୍ ଦିଆଯାଇଛି। ଅନ୍ୟପଟେ ରାଜ୍ୟରେ ଆଉ ୪ ଜିଲ୍ଲାରେ ଖୋଲିବ ଚାଉଳ ଏଟିଏମ । ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଲିଖିତ ଉତ୍ତର ରଖିଛନ୍ତି । କହିଛନ୍ତି, ଝାରସୁଗୁଡା, ନବରଙ୍ଗପୁର, କେନ୍ଦୁଝର, ଢେଙ୍କାନାଳ ଜିଲ୍ଲାରେ ଖୋଲିବ । ରାଜ୍ୟର ପ୍ରଥମ ଚାଉଳ ଏଟିଏମ ଭୁବନେଶ୍ୱର ମଞ୍ଚେଶ୍ୱରରେ କୋଲିଥିଲା । ୨୦୨୪ ଜୁଲାଇରୁ ଏ ଯାଏଁ ୨୦ ହଜାର ୨୧୭ ଜଣ ଚାଉଳ ଉଠାଇଛନ୍ତି । ମୋଟ ୩ ହଜାର ୮ ଶହ ୫ କୁଇଣ୍ଟାଲ କିଲୋଗ୍ରାମ ଚାଉଳ ଉଠାଣ ହୋଇଛି ।
