ରାଜ୍ୟସଭା ନିର୍ବାଚନ ପାଇଁ ହ୍ୱିପ ଜାରି କଲା ବିଜେପି । ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଜାରି କରିଛନ୍ତି ହ୍ୱିପ । ୧୬ରେ ବିଧାନସଭାରେ ଉପସ୍ଥିତ ରହିବା ପାଇଁ ଦଳୀୟ ବିଧାୟକଙ୍କୁ ଦିଆଯାଇଛି ନିର୍ଦ୍ଦେଶ । ବିଜେଡି , କଂଗ୍ରେସକୁ ଘୋଡା ବେପାର ଭୟ ଘାରିନି । ବିଜେପିକୁ ମଧ୍ୟ ଘାରିଛି । ଏପଟେ କଂଗ୍ରେସର ୮ ବିଧାୟକ ବେଙ୍ଗାଲୁରର ଏକ ରିସର୍ଟରେ ଯାଇ ରହିଛନ୍ତି । ଯାହାକି କଂଗ୍ରେସ ହ୍ୱିପ ଜାରି କରି କହିଥିଲା ୧୬ ତାରିଖ ଯାଏ ଭୁବନେଶ୍ୱର ଛାଡି ନ ଯିବାକୁ ହେଲେ କଂଗ୍ରେସ ହ୍ୱିପକୁ ଭଙ୍ଗ କରିଥିବା ଅଭିଯୋଗ ଅଣାଯାଇଛି ।କଂଗ୍ରସ ହ୍ବିପ୍ ଜାରି କରିବା ପରେ ବି ବିଧାୟକଙ୍କ ଉପରେ ଭରସା କରିନପାରି ୮ ବିଧାୟକଙ୍କୁ ଧରି ଖୋଦ୍ ପିସିସି ସଭାପତି ବେଙ୍ଗାଲୁରୁ ଯାଇଛନ୍ତି । ସେମାନଙ୍କ ଭିତରେ ଅଛନ୍ତି ରାଜନ ଏକ୍କା ସତ୍ୟଜିତ ଗମାଙ୍ଗ, ମଙ୍ଗୁ ଖିଲ, ପବିତ୍ର ସାଉଁଟା, ନୀଳ ମାଧବ ହିକକା, ଅଶୋକ ଦାସ, ଆପାଲା ସ୍ବାମୀ, ପ୍ରଫୁଲ୍ଲ ପ୍ରଧାନ ପ୍ରମୁଖ । ବାକି ୬ ଜଣ ବିଧାୟକ ଓଡ଼ିଶାରେ ଅଛନ୍ତି । ସେମାନଙ୍କ ଉପରେ ନଜର ରଖିଛି ଦଳ । ସେପଟେ କିନ୍ତୁ କଂଗ୍ରେସ ବିଧାୟକ ଙ୍କ ଗସ୍ତକୁ ବିଧାୟିକା ସୋଫିଆ ଫିର୍ଦ୍ଦୋସ ନାପସନ୍ଦ କରିଛନ୍ତି । ବିଜେଡି ମଧ୍ୟ ଦଳୀୟ ବିଧାୟକଙ୍କୁ ହ୍ୱିପ ଜାରି କରିବା ସହ ଚିଠି ଲେଖି ତାଗିଦ କରିଛନ୍ତି । ଆସନ୍ତା ୧୬ ତାରିଖ ଯାଏଁ ଭୁବନେଶ୍ୱର ରେ ରହିବା ପାଇଁ କୁହାଯାଇଛି ।
