ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଆଜି ଏକ ବଡ଼ ଦିନ। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM Kisan) ଯୋଜନାର ୨୨ତମ କିସ୍ତି ଆଜି ଜାରି କରାଯାଇଛି।ମିଳିଥିବା ସୂଚନା ଅନୁଯାୟୀ, ଏଥର ୯ କୋଟିରୁ ଅଧିକ ଚାଷୀ ପରିବାର ଏହି ଯୋଜନାର ଲାଭ ପାଇଛନ୍ତି।ପିଏମ୍ କିଷାନ ଯୋଜନାର କିସ୍ତି ଜାରି ହେବା ପରେ ସରକାରଙ୍କ ପକ୍ଷରୁ ପଞ୍ଜୀକୃତ (ରେଜିଷ୍ଟର୍ଡ) ମୋବାଇଲ୍ ନମ୍ବରକୁ ଏକ ସ୍ୱତନ୍ତ୍ର ମେସେଜ୍ ପଠାଯାଇଥାଏ। ଏହାସହ ବ୍ୟାଙ୍କ ପକ୍ଷରୁ ମଧ୍ୟ ଖାତାଧାରୀଙ୍କ ନିକଟକୁ ଟଙ୍କା ଜମା ହେବାର ମେସେଜ୍ ଆସିଥାଏ। ତେଣୁ ହିତାଧିକାରୀମାନେ ନିଜ ମୋବାଇଲ୍ ମେସେଜ୍ ଚେକ୍ କରି ୨୨ତମ କିସ୍ତିର ଟଙ୍କା ଆସିଛି କି ନାହିଁ ଜାଣିପାରିବେ।ଯଦି କୌଣସି କାରଣରୁ ଆପଣଙ୍କ ଖାତାକୁ ଏଥର ଟଙ୍କା ଆସିନାହିଁ, ତେବେ ବ୍ୟସ୍ତ ନହୋଇ ଆପଣ ସିଧାସଳଖ ଯୋଜନାର ହେଲ୍ପଲାଇନ୍ ନମ୍ବରରେ ଯୋଗାଯୋଗ କରିପାରିବେ। ଚାଷୀମାନେ ୧୫୫୨୬୧ କିମ୍ବା ୦୧୧-୨୪୩୦୦୬୦୬ ନମ୍ବରରେ କଲ୍ କରି ନିଜର ସମସ୍ୟା ଜଣାଇପାରିବେ। ଏହି ହେଲ୍ପଲାଇନ୍ ସେବା କାର୍ଯ୍ୟ ଦିବସଗୁଡ଼ିକରେ ସକାଳ ୯:୩୦ ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଉପଲବ୍ଧ ରହିଥାଏ।
