ଦିନକ ପରେ ରାଜ୍ୟସଭା ନିର୍ବାଚନ। ଆରୋପ-ପ୍ରତ୍ୟାରୋପରେ ଉଠୁଛି ପଡୁଛି ରାଜ୍ୟ ରାଜନୀତି। ସମୟ ଯେତିକି ଗଡ଼ୁଛି ନେତାଙ୍କ ଛାତିକି ସେତିକି ଧଡ଼ଧଡ଼ ହେଉଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆରମ୍ଭ ହେଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦଳୀୟ ବିଧାୟକ। ପ୍ରଥମେ ଏସଆଇଆର ପ୍ରସଙ୍ଗରେ ଚାଲିଛି ବୈଠକ । ରାଜ୍ୟ ବିଜେପି ପଦାଧିକାରୀ ଓ ବିଧାୟକମାନେ ଉପସ୍ଥିତ ରହିଛନ୍ତି । ତିନି ସ୍ୱାଧୀନ ବିଧାୟକ ଙ୍କୁ ମିଶାଇ ୬୮ ବିଧାୟକ ବୈଠକରେ ଉପସ୍ଥିତ ଅଛନ୍ତି । ଏହାପରେ ରାଜ୍ୟସଭା ନିର୍ବାଚନକୁ ନେଇ ବିଧାୟକମାନଙ୍କର ଏକ ବୈଠକ ଆରମ୍ଭ ହେବ । ଯେଉଁ ବୈଠକରେ ଭୋଟିଂ ବାବଦରେ ଟ୍ରେନିଂ ମଧ୍ୟ ଦିଆଯିବ । ଅନ୍ୟପଟେ ରାଜ୍ୟସଭା ନିର୍ବାଚନକୁ ନେଇ ନବୀନ- ଜୟନାରାୟଣ ମୁହାଁମୁହିଁ ହୋଇଛନ୍ତି । ଘୋଡା ବେପାର ନେଇ ପରସ୍ପରକୁ ଆକ୍ଷେପ କରିଛନ୍ତି । ବିଜେପି ଘୋଡା ବେପାର କରୁଛି, ଏହା ଅପରାଧ କହିଲେ ନବୀନ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହା ଏକ ଅପରାଧ । ବିଜେପି ପ୍ରାର୍ଥୀ ଘୋଡା ବେପାର ଚେଷ୍ଟା ଜାରି ରଖିଛନ୍ତି । ଏପଟେ ନବୀନଙ୍କୁ କଡା କାଉଣ୍ଟର କରି ଜୟନାରାୟଣ କହିଛନ୍ତି ନବୀନଙ୍କର ଘୋଡା ବେପାର ଅଭିଜ୍ଞତା ରହିଛି । ଆମେ ଘୋଡା ବେପାର କରୁନୁ, ବିବେକାନୁମୋଦିତ ଭୋଟ ମାଗିଛୁ ।
