ରାଜ୍ୟସଭା ନିର୍ବାଚନକୁ ନେଇ ବିଜେଡିର ପ୍ରେସ୍ମିଟ୍ । କହିଲେ , ଟଙ୍କା ନେଇ କ୍ରସ୍ ଭୋଟିଂ କରିଛନ୍ତି ବିଜେଡିର କିଛି ବିଧାୟକ । ଚାଲିଥିଲା ଘୋଡ଼ା ବେପାର । ନିର୍ବାଚନ ମଣ୍ଡଳିରେ ସେଭଳି ନେତାଙ୍କୁ ଘୋର ବିରୋଧ କରିବାକୁ ବିଜେଡିର ଅପିଲ୍ । ଲୋକ ଲଜ୍ଜାରୁ ବଞ୍ଚିବା ପାଇଁ ବିଜୁ ଲିଗାସୀ କଥା ଉଠାଉଛନ୍ତି ।। କିନ୍ତୁ ବାସ୍ତବ କଥା ହେଉଛି ସେମାନେ ବିଜେପିଠାରୁ ବହୁତ ଟଙ୍କାରେ ବିକ୍ରି ହୋଇଛନ୍ତି । ଲୋକମାନଙ୍କୁ ଭ୍ରମିତ କରିବା ପାଇଁ ସେମାନେ ବିଭିନ୍ନ କଥା ଗଣମାଧ୍ୟମରେ ରଖୁଛନ୍ତି ।ସୂଚନା ଥାଉକି, ପ୍ରେସମିଟ୍ କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ବ୍ୟୋମକେଶ ରାୟ, ଓ ବିଧାୟକ ଧ୍ରୁବ ସାହୁ । ସେମାନେ କହିଛନ୍ତି କାଲି ଓଡିଶା ପାଇଁ କଲା ଦିବସ ଥିଲା । ଘୋଡା ବେପାର କରି ସ୍ମରଣୀୟ କରିଛନ୍ତି । କୋଟି କୋଟି ଟଙ୍କା ନେଇ କ୍ରସ ଭୋଟିଙ୍ଗ କରିଛନ୍ତି । ଟଙ୍କା ନେଇ ଯେଉଁ ବିଧାୟକ ମାନେ ବିକ୍ରି ହୋଇଛନ୍ତି । ନବୀନ ବାବୁଙ୍କ ଧୋକା ଦେଇଛନ୍ତି । ନବୀନ ବାବୁଙ୍କ ଅଭିଶାପ ପଡିଲା ।ଭଗବାନ ତାଙ୍କୁ ଶାସ୍ତି ଦେବେ ବୋଲି କହିଛନ୍ତି । ବିଜେଡି ନେତା ବ୍ୟୋମକେଶ ରାୟ କହିଛନ୍ତି , ଘୋଡ଼ା ବେପାରକୁ ପ୍ରୋତ୍ସାହନ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ ନିଜେ ବିଧାୟକମାନଙ୍କ ସହ ଡିଲ୍ କରି ଏ ସବୁ କରିଛନ୍ତି ।
