ୱେଲକମ୍ ’ ଅଭିନେତା ମୁସ୍ତାକ ଖାନଙ୍କ ଦେହାନ୍ତ 

ପ୍ରସିଦ୍ଧ ଅଭିନେତା ମୁସ୍ତାକ ଖାନ ଆଜି ଅର୍ଥାତ୍ ୨୪ ସେପ୍ଟେମ୍ୱରରେ ଦୁନିଆକୁ ଅଲବିଦା କହିଛନ୍ତି । ମୁସ୍ତାକ ଖାନ ‘ୱେଲକମ୍’ , ‘ଆଶିକୀ’ , ‘ହମ୍ ହୈଁ ରାହୀ ପ୍ୟାର କେ ‘ ଓ ‘ ମୁଝସେ ଶାଦୀ କରୋଗୀ’ ଭଳି ଫିଲ୍ମ ଗୁଡ଼ିକ ପାଇଁ ଜଣାଶୁଣା । ମୁସ୍ତାକ ଖାନ ୫୬ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।ସେ ଅଧିକାଂଶ ଚଳଚ୍ଚିତ୍ରରେ ସହାୟକ ଅଭିନେତା (ସପୋର୍ଟିଂ ରୋଲ୍) ଭାବେ ନଜର ଆସୁଥିଲେ ମଧ୍ୟ ନିଜର ଦମଦାର ଅଭିନୟ ବଳରେ ପ୍ରତ୍ୟେକ ଚରିତ୍ରକୁ ସ୍ମରଣୀୟ କରିପାରୁଥିଲେ। ତାଙ୍କ ନିଧନ ଖବର ଶୁଣିବା ପରେ ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।ମିଳିଥିବା ସୂଚନା ଅନୁସାରେ, ମୁସ୍ତାକ୍ ଖାନ୍ ଗତ ୧୫ ଦିନ ଧରି ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ ଏବଂ ସେଠାରେ ତାଙ୍କର ଲିଭର କ୍ୟାନ୍‌ସର (ଯକୃତ କର୍କଟ) ଚିକିତ୍ସା ଚାଲିଥିଲା। ତାଙ୍କ ବିଜନେସ୍ ପାର୍ଟନର ଶିବମ୍ ଏହି ଦୁଃଖଦ ଖବରକୁ ସ୍ପଷ୍ଟ କରିଛନ୍ତି। ଶିବମ୍‌ଙ୍କ କହିବା ଅନୁଯାୟୀ, ପ୍ରାୟ ୫ ବର୍ଷ ପୂର୍ବେ ତାଙ୍କଠାରେ କ୍ୟାନ୍‌ସର ଚିହ୍ନଟ ହୋଇଥିଲା। ନିକଟରେ ରୋଗ ପୁନର୍ବାର ବୃଦ୍ଧି ପାଇବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

ଅଧିକ ପଢନ୍ତୁ