ବାସନ ମାଜିବାକୁ ମନା କଲେ ସ୍ୱାମୀ, ପୁଲିସ୍‌କୁ ଡାକି ସ୍ତ୍ରୀ

ଉତ୍ତରପ୍ରଦେଶ ସୋନହା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ବାସମଜାକୁ ନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ବିବାଦ ଏତେ ବଢିଥିଲା କି ପୁଲିସ୍‌କୁ ମାମଲାର ସମାଧାନ କରିବାକୁ ପଡିଥିଲା । ଜଣେ ମହିଳା ସନ୍ଧ୍ୟାରେ ରାତ୍ରୀ ଭୋଜନ କରିବାକୁ ତାଙ୍କ ରୋଷେଇ ଘରେ ପ୍ରବେଶ କରିଥିଲେ । ସେତେବେଳେ ସିଙ୍କରେ ବାସନ ପଡ଼ିଥିବା ଦେଖି ସେ ତାଙ୍କ ସ୍ୱାମୀଙ୍କ ଉପରେ ରାଗି ଯାଇଥିଲେ । ସେ ତାଙ୍କ ସ୍ୱାମୀଙ୍କ ସହିତ ଝଗଡ଼ା କରିବାକୁ ଲାଗିଲେ । କଥା ଏତେ ବଢ଼ିଗଲା ଯେ ସ୍ତ୍ରୀ ପୁଲିସକୁ ଫୋନ୍ କଲେ । ସୂଚନା ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଲା । ମହିଳାଙ୍କୁ ଝଗଡ଼ାର କାରଣ ପଚାରିଲା, ସେ କହିଲେ – ମୋ ସ୍ୱାମୀ ବାସନ ଧୋଇ ନଥିଲେ । ଯେତେବେଳେ ମୁଁ ତାଙ୍କୁ ଏହାର କାରଣ ପଚାରିଲି, ସେ ମୋ ସହିତ ଝଗଡ଼ା କରିବାକୁ ଲାଗିଲେ ।ଏହି ଅଜବ ଘଟଣା ବିଷୟରେ ଶୁଣି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଦମ୍ପତିଙ୍କୁ ବୁଝାଇଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।ଦମ୍ପତି ଦୁଇ ବର୍ଷ ହେବ ବିବାହ କରିଛନ୍ତି। ସେମାନଙ୍କର କୌଣସି ସନ୍ତାନ ନାହିଁ।

ଅଧିକ ପଢନ୍ତୁ