କେନ୍ଦ୍ର ସରକାର ଏଲ୍ପିଜିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶନିବାର ସରକାର କହିଛନ୍ତି, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (UT)କୁ ବାଣିଜ୍ୟିକ ଏଲ୍ପିଜିର ଆଉ ୨୦ ପ୍ରତିଶତ ଆବଣ୍ଟନକୁ ଅନୁମତି ଦିଆଯାଇଛି। ଯାହା ମୋଟ୍ ଆବଣ୍ଟନକୁ ୫୦ ପ୍ରତିଶତକୁ ନେଇଯିବ।ଏହି ବର୍ଦ୍ଧିତ ୨୦% ଗ୍ୟାସ୍ ମୁଖ୍ୟତଃ ପ୍ରାଥମିକତା ଭିତ୍ତିରେ ଦିଆଯିବ। ରେଷ୍ଟୁରାଣ୍ଟ, ଢାବା, ହୋଟେଲ,ଶିଳ୍ପ ସଂସ୍ଥାର କ୍ୟାଣ୍ଟିନ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ଏବଂ ଦୁଗ୍ଧ ଶିଳ୍ପ,ରାଜ୍ୟ ସରକାର ବା ସ୍ଥାନୀୟ ପ୍ରଶାସନ ଦ୍ୱାରା ଚାଲୁଥିବା ସ୍ୱଳ୍ପମୂଲ୍ୟ କ୍ୟାଣ୍ଟିନ୍ ଓ କମ୍ୟୁନିଟି କିଚେନକୁ ବର୍ଦ୍ଧିତ ୨୦% ଗ୍ୟାସ୍ ମିଳିବ । ସେହିପରି ପ୍ରବାସୀ ଶ୍ରମିକଙ୍କ ପାଇଁ ୫ କେଜି ବିଶିଷ୍ଟ ଗ୍ୟାସ୍ ସିଲିଣ୍ଡର ଦିଆଯିବ । ଏହି LPG ଯେପରି ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର ନହୁଏ । ସେଥିପାଇଁ କଡ଼ା ପଦକ୍ଷେପ ନେବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।
