ଆସନ୍ତା ମେ ୨୯ ରେ ହେବ ଓଟିଇଟି ପରୀକ୍ଷା

ମେ’ ୨୯ରେ ଅନୁଷ୍ଠିତ ହେବ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)। ଏ ନେଇ ସୋମବାର ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟ୍ www.bseodisha.nic.in ରେ ଯୋଗ୍ୟ ପ୍ରାର୍ଥୀମାନେ  ଅନଲାଇନରେ ଆବେଦନ କରିପାରିବେ।ଅନଲାଇନ୍ ପଞ୍ଜୀକରଣ ପାଇଁ ନିର୍ଦ୍ଦେଶାବଳୀ, ପ୍ରାର୍ଥୀଙ୍କ ପ୍ରଯୁଜ୍ୟତା, ଯୋଗ୍ୟତା ଏବଂ ଯୋଗ୍ୟତା ମାନଦଣ୍ଡ, ପାଠ୍ୟକ୍ରମ  ଏବଂ ନିରନ୍ତର ପ୍ରମାଣପତ୍ର ପାଇଁ ଫର୍ମାଟ୍ ସମ୍ବଳିତ ନିର୍ଦ୍ଦେଶାବଳୀ (www.bseodisha.ac.in) ୱେବସାଇଟ୍ ରେ ଉପଲବ୍ଧ ।   ଆଶାୟୀ ଏଠାରୁ ସବିଶେଷ ତଥ୍ୟ ହାସଲ କରି ଆବେଦନ କରିପାରିବେ ।ଓଟିଇଟି-୨୦୨୬ ପେପର-୧ ସକାଳ ୯ ଟାରୁ ୧୧ଟା ୩୦ମଧ୍ୟରେ ଅନୁଷ୍ଠିତ ହେଉଥିବା ବେଳେ, ପେପର-୨ ଅପରାହ୍ନ ୨ ଟାରୁ ୪ଟା ୩୦ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଅଧିକ ପଢନ୍ତୁ