ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ । ଟ୍ରିବ୍ୟୁନାଲ ଅଧ୍ୟକ୍ଷ ବେଲା ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ଶୁଣାଣି କରାଯାଇଛି ।ଓଡ଼ିଶା ସରକାରଙ୍କ ପକ୍ଷ ରଖିଥିଲେ ଏଜି ପୀତାମ୍ବର ଆଚାର୍ଯ୍ୟ । ଏପ୍ରିଲ୍ ୧୩ ତାରିଖରେ ମହାନଦୀ ଟ୍ରିବ୍ୟୁନାଲର ସମୟ ସରୁଥିବାବେଳେ ୨ ରାଜ୍ୟର ବୈଷୟିକ ଟିମ୍ ଆଲୋଚନା ବିବରଣୀ ଉପସ୍ଥାପନ କରିଛନ୍ତି । ଆଗାମୀ ଶୁଣାଣି ଏପ୍ରିଲ ୧୧ ତାରିଖରେ ଅନୁଷ୍ଠିତ ହେବ ।ଶୁଣାଣି ପୂର୍ବରୁ ହୀରାକୁଦ ଠାରୁ ଆରମ୍ଭ କରି ମହାନଦୀ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲା ଟିମ୍ । ଏହାସହ ଏହି ଟିମ ମାର୍ଚ୍ଚ ମାସ ୭ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଛତିଶଗଡ଼ ଯାଇ ସ୍ଥିତି ପରଖିଥିଲା ।ହେଲେ ମହାନଦୀକୁ କେବେ ମିଳିବ ନ୍ୟାୟ, ଟ୍ରିବ୍ୟୁନାଲରେ ତାରିଖ ପରେ ତାରିଖ ବଦଳୁଛି, ହେଲେ ସମାଧାନର ରାସ୍ତା ବାହାରିପାରୁନି ।
