ଟିଟିଲାଗଡ଼ ରାମନବମୀରେ ବିଧାୟକଙ୍କ ଗୁଳି ଚାଳନା ପ୍ରସଙ୍ଗ, ପିଏସଓଙ୍କୁ ନୋଟିସ

ରାମ ନବମୀ ଶୋଭାଯାତ୍ରାରେ ବିଧାୟକଙ୍କ ଫାଙ୍କା ଗୁଳିଚାଳନା ପ୍ରସଙ୍ଗରେ କାରଣ ଦର୍ଶାଅ ନୋଟିସ୍ । ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ପିଏସଓ ବା ବ୍ୟକ୍ତିଗତ ଅଙ୍ଗରକ୍ଷୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଶୋଭାଯାତ୍ରାଟି ଟିଟିଲାଗଡ଼ ସହରର ପୁରୁଣା ବ୍ୟାଙ୍କ ଛକରେ ପହଞ୍ଚିବା ପରେ ବିଧାୟକ ନବୀନ ଜୈନ ନିଜ ପିସ୍ତଲରୁ ଫାଙ୍କ ଗୁଳି ଚାଳନା କରିଥିଲେ l ଏହାକୁ ନେଇ ଟିଟିଲାଗଡ଼ରେ ଏବେ ଆଲୋଚନା ଚାଲିଛି ।ପୁଲିସ ଉପସ୍ଥିତିରେ ବିଧାୟକଙ୍କୁ ଏଭଳି ବାରମ୍ବାର କରୁଥିବାର ଦେଖିବାକୁ ମିଳିଥିଲା। ଏନେଇ ବିଧାୟକଙ୍କୁ ପଚରାଯିବାରୁ କହିଛନ୍ତି, ଏହା ନକଲି ବନ୍ଧୁକ ଥିଲା। ଲୋକଙ୍କୁ ଉତ୍ସାହିତ କରିବାକୁ ଏଭଳି କରାଯାଇଥିଲା ବୋଲି କହିଛନ୍ତି।

ଅଧିକ ପଢନ୍ତୁ