୨୦୨୫-୨୬ ଆର୍ଥିକ ବର୍ଷରେ ନନ୍ଦକନାନରେ ରେକଡ ସଂଖ୍ୟକ ପର୍ଯ୍ୟଟକ । ୩୯ ଲକ୍ଷ ୭୬ ହଜାର ୬୧୫ ଜଣ ପର୍ଯ୍ୟଟକ ବୁଲି ଥିବା ବେଳେ ମୋଟ ୨୬ କୋଟି ୩୧ ଲକ୍ଷ ରାଜସ୍ବ ଆଦାୟ ହୋଇଛି । ନନ୍ଦନକାନନର ଉଭୟ ଉଦ୍ୟାନକୁ ଚଳିତ ୨୫-୨୬ ଆର୍ଥିକ ବର୍ଷରେ ରେକଡ଼ ସଂଖ୍ୟକ ପର୍ଯ୍ୟଟକ ବୁଲିଛନ୍ତି। ଯାହା ନନ୍ଦନକାନନ ଇତିହାସରେ ପ୍ରଥମ। ମୋଟ୍ ପର୍ଯ୍ୟଟକଙ୍କ ମଧ୍ୟରୁ ୩୭ ଲକ୍ଷ ୯୬ ହଜାର ୩୪୧ ଜଣ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିଦର୍ଶନ କରିଥିବା ବେଳେ ୧ ଲକ୍ଷ ୮୦ ହଜାର ୨୭୪ ଜଣ ରାଜ୍ୟ ଉଦ୍ଭିଦ ଉଦ୍ୟାନ ପରିଦର୍ଶନ କରିଛନ୍ତି ।ଆର୍ଥିକ ବର୍ଷର ପର୍ଯ୍ୟଟକଙ୍କ ମଧ୍ୟରେ ୩୩ ଲକ୍ଷ ୪୮ ହଜାର ୯୩୩ ଜଣ ବୟସ୍କ, ୬ ଲକ୍ଷ ୨୬ ହଜାର ୬୪୬ ଜଣ ଛୋଟ ପିଲା ବା ସ୍କୁଲ ଛାତ୍ର ଛାତ୍ରୀ ପ୍ରାଣୀ ଉଦ୍ୟାନ ପରିଦର୍ଶନ କରିଛନ୍ତି । ଏହା ସହିତ ୧୦୩୬ ଜଣ ବିଦେଶୀ ନାଗରିକ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପରିଦର୍ଶନ କରିଛନ୍ତି ।ପର୍ଯ୍ୟଟକଙ୍କ ପ୍ରବେଶ ଶୁଳ୍କ, ପାର୍କିଂ, କ୍ୟାମେରା ଶୁଳ୍କ ଇତ୍ୟାଦିରୁ ୧୬.୨୭ କୋଟି ଟଙ୍କା ଆୟ ହୋଇଥିବା ବେଳେ ଆଉଟସୋର୍ସିଂ ସୁବିଧାରୁ ୯.୮୧ କୋଟି ଟଙ୍କା ଓ ପ୍ରାଣୀ ଗ୍ରହଣ କାର୍ଯ୍ୟକ୍ରମରୁ ୨୩ ଲକ୍ଷ ଟଙ୍କା ଆୟ ହୋଇଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟନର ଉପ ନିର୍ଦେଶକ ସନ୍ନତ କୁମାର ସୂଚନା ଦେଇଛନ୍ତି ।
