ଟ୍ରମ୍ପଙ୍କ ଘୋଷଣା ପରେ ସେୟାର ମାର୍କେଟରେ ହାହାକାର । ନିବେଶକଙ୍କ ୯ ଲକ୍ଷ କୋଟି ସ୍ବାହା । ଯୁଦ୍ଧ ଜାରି ରହିବ ଟ୍ରମ୍ପଙ୍କ ସିଗନାଲ ପରେ ଖସିଲା ଭାରତୀୟ ପୁଞ୍ଜିବାର । ଖୋଲୁ ଖୋଲୁ ମାର୍କେଟ କ୍ରାସ । ଗତକାଲି ବୁଧବାରର ବୃଦ୍ଧି ପରେ ସେନସେକ୍ସ ଆଜି ପ୍ରାୟ ୧୪୦୦ ପଏଣ୍ଟ ଏବଂ ନିଫ୍ଟି ୨୨,୨୫୦ ତଳକୁ ଖସି ଯାଇଛି ।ମଧ୍ୟପ୍ରାଚ୍ୟ ସଙ୍କଟ ଶେଷ ହେବା ନେଇ ସମସ୍ତେ ଆଶା ରଖିଥିଲେ ବି ଟ୍ରମ୍ପ ସେପରି କିଛି ଘୋଷଣା କରିନଥିଲେ । ଯାହାକୁ ନେଇ ନିବେଶକମାନେ ବଜାର ଉପରେ ଭରସା କରିପାରି ନାହାନ୍ତି । ତେଣୁ ଆଜି ବଜାର ଖୋଲୁ ଖୋଲୁ ନିବେଶକମାନେ ତାଙ୍କ ନିବେଶ ଟଙ୍କା ପ୍ରତ୍ୟାହାର କରିବା ଆରମ୍ଭ କରିଥିଲେ । ଫଳସ୍ବରୁପ ବଜାର ଆଜି ବେଞ୍ଚମାର୍କ ହ୍ରାସ ପାଇଛି ।ସାମ୍ପ୍ରତିକ ଭାଷଣରେ ରାଷ୍ଟ୍ରପତି ଟ୍ରମ୍ପ ପଶ୍ଚିମ ଏସିଆରେ ସଂଘର୍ଷର ଅନ୍ତ ପାଇଁ କୌଣସି ଠୋସ୍ ଯୋଜନା ପ୍ରଦାନ କରିନଥିଲେ, ବରଂ ଇରାନ ଭଳି ଦେଶଗୁଡ଼ିକୁ “ପ୍ରସ୍ତର ଯୁଗ”କୁ ପଠାଇବାକୁ ଚେତାବନୀ ଦେଇଥିଲେ । ଏହା ବଜାରକୁ ବିଶ୍ୱାସ କରିବାକୁ ବାଧ୍ୟ କରିଥିଲା ଯେ ଯୁଦ୍ଧ ଶୀଘ୍ର ଶେଷ ହେବା ପରିବର୍ତ୍ତେ ଆହୁରି ବଢ଼ିପାରେ ।ଟ୍ରମ୍ପଙ୍କ ବୟାନ ପରେ ଅଶୋଦ୍ଧିତ ତୈଳ ଦର ହୁହୁ ହୋଇ ବଢିଛି । ବ୍ରେଣ୍ଟ୍ କ୍ରୁଡ୍ ଅଏଲ ୫ ପ୍ରତିଶତ ବୃଦ୍ଧି ପାଇ ବ୍ୟାରେଲ ପିଛା ୧୦ ଡଲରା ଅତିକ୍ରମ କରିଛି । ଯାହା ଅନେକ ଦେଶରେ ଶକ୍ତି ସଙ୍କଟ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି ।
