୩ ଦିନ ଶୁଖିଲା ପାଗ ପରେ ପୁଣି ୧୩ରୁ ୧୪ରେ ବଙ୍ଗୋପସାଗରରେ ନୂଆ ସିଷ୍ଟମ୍

ଓଡ଼ିଶାରୁ ବିଦାୟ ନେବ ମୌସୁମୀ । ୩ ଦିନ ଶୁଖିଲା ପାଗ ପରେ ପୁଣି ବର୍ଷା ସମ୍ଭାବନା । ଓଡ଼ିଶାରୁ ଘର ବାହୁଡ଼ିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଗାମୀ ୨ରୁ ୩ ଦିନ ମଧ୍ୟରେ ରାଜ୍ୟରୁ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ପାଗ ଅନୁକୂଳ ରହିଛି ।ହେଲେ ଶୁଖିଲା ପାଗ ବେଶି ଦିନ ରହି ନପାରେ । ୭ କିମ୍ବା ୮ ତାରିଖ ବେଳକୁ ପଶ୍ଚିମା ଝଡ଼ର ପ୍ରଭାବ ପଡ଼ିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ୮ରୁ ୧୦ ତାରିଖ ମଧ୍ୟରେ ଓଡ଼ିଶାର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ତେଣୁ ଦଶହରା ସମୟରେ କିଛି ଅଞ୍ଚଳରେ ବର୍ଷା ପୂଜା ମାହୋଲକୁ ପ୍ରଭାବିତ କରିପାରେ । ଏହାପରେ ନଜର ରହିବ ଆଣ୍ଡାମାନ ସାଗର ଉପରେ ।  ଆସନ୍ତା ୧୩ରୁ ୧୪ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଏକ ନୂଆ ସିଷ୍ଟମ୍‌ ବା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଏହି ସିଷ୍ଟମ୍‌ କେତେ ଶକ୍ତିଶାଳୀ ହେବ ଏବଂ କେଉଁ ଦିଗକୁ ଗତି କରିବ, ତାହା ଏବେଠାରୁ ନିଶ୍ଚିତ ଭାବେ କହିହେବ ନାହିଁ ବୋଲି ପାଣିପାଗ ବୈଜ୍ଞାନିକ କହିଛନ୍ତି । ବର୍ତ୍ତମାନର ପାଣିପାଗ ଆକଳନ ଅନୁସାରେ, ସିଷ୍ଟମ୍‌ଟି ସାଧାରଣ ଲଘୁଚାପରୁ ଅବପାତ ପର୍ଯ୍ୟନ୍ତ ତୀବ୍ର ହୋଇପାରେ ବୋଲି କୁହାଯାଉଛି ।

ଅଧିକ ପଢନ୍ତୁ