ଭିଜିଲାନ୍ସ ପଞ୍ଝାରେ ବାରିପଦା AEE

ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଞ୍ଜିନିୟର । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ । ସକାଳୁ ସକାଳୁ ରେଡ୍ କଲା ଭିଜିଲାନ୍ସ । ମୟୂରଭଞ୍ଜ ବେତନଟୀ ଆର୍ ଆଣ୍ଡ୍ ବି ସବ୍ ଡିଭିଜନ୍ ର ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଞ୍ଜିନିୟର ଅରବିନ୍ଦ ମହାନ୍ତି ।ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ୫ ଜଣ ଡିଏସ୍‌ପି , ୮ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀଙ୍କୁ ନେଇ ବାଲେଶ୍ୱର, ଖୋର୍ଦ୍ଧା ଓ ମୟୂରଭଞ୍ଜର ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ।ବାଲେଶ୍ୱର ଅଙ୍ଗାରଗଡ଼ିଆରେ ଥିବା ଅରବିନ୍ଦଙ୍କ ୩ ମହଲା କୋଠା, ଖୋର୍ଦ୍ଧା ବାଲିଅନ୍ତାରେ ଥିବା ୨ ମହଲା କୋଠା, ବେତନଟୀସ୍ଥିତ ତାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ାଉ ହୋଇଛି । ସେହିପରି ବାଲେଶ୍ୱର ଜଳେଶ୍ୱର ରାୟାଁ-ରାମଚନ୍ଦ୍ରପୁରସ୍ଥିତ ପୈତୃକ ଘର, ବସନ୍ତପୁରସ୍ଥିତ ଫାର୍ମହାଉସ୍ ଓ ବାମପଦାରେ ଥିବା ଅନ୍ୟ ଏକ ଘରେ ମଧ୍ୟ ତଲାସୀ ଚାଲିଛି ।

ଅଧିକ ପଢନ୍ତୁ