ପୁଅ ଲୋଭରେ ପତ୍ନୀ ଏବଂ ଦୁଇ ଝିଅକୁ ହତ୍ୟା କଲା ବାପା

ତେଲେଙ୍ଗାନାର ହନମକୋଣ୍ଡାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଆଝାରୁଦ୍ଦିନ ନାମକ ଜଣେ ବ୍ୟକ୍ତି ତାଙ୍କ ଗର୍ଭବତୀ ପତ୍ନୀ ଏବଂ ଦୁଇ ଝିଅଙ୍କୁ ଏକ ସୁଇମିଂ ପୁଲରେ ବୁଡ଼ାଇ ଦେଇଥିବା ଅଭିଯୋଗ ହୋଇଛି । ଖବର ମୁତାବକ, ଅଜରୁଦ୍ଦିନ ପ୍ରେମ ବିବାହ କରିଥିଲେ । ସେ ପୁଅ ଚାହୁଁଥିଲେ, ପୂର୍ବରୁ ତାଙ୍କର ୨ଟି ଝିଅ ରହିଥିଲେ । ଏଥର ଗର୍ଭବତୀ ପତ୍ନୀଙ୍କ ଠାରୁ ପୁଅ ଆଶା କରୁଥିଲେ । ହେଲେ ପତ୍ନୀଙ୍କ ଗର୍ଭରେ ପୁଅ ନୁହେଁ ଝିଅ ଥିବା ଜାଣିବା ପରେ ପ୍ରଥମେ ଗର୍ଭପାତ କରିବାକୁ ଚେଷ୍ଟା କରିଥିଲେ । ଏହାକୁ ପତ୍ନୀ ବିରୋଧ କରିଥିଲେ । ତେଣୁ ପତ୍ନୀଙ୍କୁ କିଭଳି ହତ୍ୟା କରାଯିବ, ତାହାକୁ ନେଇ ଯୋଜନା କରିଥିଲେ ।ଯୋଜନା ମୁତାବକ, ନିଜ ପରିବାର ବୁଲିବାକୁ କହି ନେଇଯାଇଥିଲେ । ଏକ ସୁଇମିଂ ପୁଲକୁ ନେଇ ପତ୍ନୀଙ୍କୁ ପାଣିରେ ପକାଇବା ପରେ ଦୁଇ ଝିଅଙ୍କୁ ମଧ୍ୟ ପାଣିରେ ପକାଇ ବୁଡ଼ାଇ ମାରିଥିଲେ ।ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ଆଝାରୁଦ୍ଦିନଙ୍କୁ ଖୋଜିବା ପାଇଁ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି ।

ଅଧିକ ପଢନ୍ତୁ