ଶିଶୁ ବାଟିକାରେ ମିଶିବ ଅଙ୍ଗନବାଡି – ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଶିଶୁବାଟିକାରେ ପର୍ଯ୍ୟାୟ କ୍ରମେ ମିଶିବ ସମସ୍ତ ଅଙ୍ଗନବାଡ଼ି। ଖଡ଼ିଛୁଆଁ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଲେ ବଡ଼ ସୂଚନା। ଏଣିକି ଶିଶୁବାଟିକାରୁ ପ୍ରାଥମିକ ଶିକ୍ଷା ଗୋଟିଏ ଛାତ ତଳେ ରହିବ।ପ୍ରାଥମିକ ଶିକ୍ଷାକୁ ଦୃଢ କରିବାକୁ ପ୍ରତି ଗାଁରେ ହେବ ମଡେଲ ସ୍କୁଲ୍ । ୫ ଏକର ଜାଗାରେ ନିର୍ମାଣ ହେବ ଗୋଦାବରୀଶ ମିଶ୍ର ପ୍ରାଥମିକ ବିଦ୍ୟାଳୟ । ଭୁବନେଶ୍ବର ରାଜଭବନ ସ୍କୁଲ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହେବା ସହ ପିଲାଙ୍କ ହାତ ଧରି ପାଠ ପଢ଼ାଇଥିଲେ ।

ଅଧିକ ପଢନ୍ତୁ