ପ୍ରାଥମିକ ଶିକ୍ଷକ ବଦଳି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି! ଏପ୍ରିଲ ୧୫ ରୁ ୩୦ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ 

ପ୍ରାଥମିକ ଶିକ୍ଷକ ବଦଳି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ।ଇଚ୍ଛୁକ ଶିକ୍ଷକମାନେ ଆସନ୍ତା ୧୫ରୁ ୩୦ ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରିପାରିବେ । ଜିଲ୍ଲା ଅନ୍ତର୍ଗତ ବଦଳି ଓ ଅନ୍ୟ ଜିଲ୍ଲାକୁ(ଅନ୍ତଃ ଜିଲ୍ଲା) ବଦଳି କରାଯିବ । ଜୁଲାଇ ୧୮ ସୁଦ୍ଧା ସମସ୍ତ ବଦଳି ପ୍ରକ୍ରିୟା ଶେଷ ହେବ । ଏଥିସହ ଅଧିକ ଶିକ୍ଷକ ଥିବା ସ୍କୁଲରୁ ଶିକ୍ଷକଙ୍କୁ କମ ଶିକ୍ଷକ ଥିବା ସ୍କୁଲକୁ ମଧ୍ୟ ବଦଳି କରାଯିବ । ୟୁଏଏସ୍ ପୋର୍ଟାଲରେ ଶିକ୍ଷକଙ୍କ ପ୍ରୋଫାଇଲ୍ ଅପଡେଟ୍ କରିବେ । ମେ ୧୦ ସୁଦ୍ଧା ବ୍ଲକ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଆବେଦନପତ୍ର ଯାଞ୍ଚ କରାଯାଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଠାଯିବ । ଅନ୍ତଃଜିଲ୍ଲା ବଦଳି ଆବେଦନ କରିଥିବା ଶିକ୍ଷକଙ୍କ ଆବେଦନ ପତ୍ରକୁ ମେ ୨୦ ସୁଦ୍ଧା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପାଖକୁ ପଠାଯିବ । ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ବଦଳି ଆବେଦନ କରିଥିଲେ ମେ ୨୫ରୁ ୨୬ ତାରିଖ ଯାଏ ସେମାନଙ୍କୁ ମେଡିକାଲ ବୋର୍ଡକୁ ପଠାଯିବ । ଜୁନ୍ ୬ରେ ମେଡିକାଲ ବୋର୍ଡର ରିପୋର୍ଟ ଆସିବ । ଜୁନ୍ ୧୦ରୁ ୧୧ ମଧ୍ୟରେ ମେଡିକାଲ ସାର୍ଟିଫିକେଟ୍ ଅପଲୋଡ୍ ହେବ । ଜୁନ୍ ୧୭ରୁ ୧୯ ତାରିଖ ଯାଏ ବଦଳି ଆବେଦନର ଚଏସ୍ ଲକିଂ କରାଯିବ । ଜୁନ୍ ୨୯ରୁ ଜୁଲାଇ ୪ ତାରିଖ ମଧ୍ୟରେ ଜିଲ୍ଲାସ୍ତରୀୟ ବଦଳି କମିଟି ଓ ରାଜ୍ୟସ୍ତରୀୟ ବଦଳି କମିଟିର ବୈଠକ ହେବ । ଜୁଲାଇ ୮ରୁ ୧୦ ତାରିଖ ମଧ୍ୟରେ ବଦଳି ନିର୍ଦ୍ଦେଶ ଜାରି କରାଯିବ ।ଜୁଲାଇ ୧୮ ସୁଦ୍ଧା ବଦଳି ହୋଇଥିବା ଶିକ୍ଷକମାନେ ନିଜର କାର୍ଯ୍ୟସ୍ଥଳରେ ଯୋଗଦାନ ଦେବେ । ଯେଉଁ ସ୍କୁଲରେ ଆବଶ୍ୟକତାଠୁ ଅଧିକ ଶିକ୍ଷକ ଥିବେ ସେଠାରୁ ସେମାନଙ୍କୁ ବଦଳି କରି ଅନ୍ୟ ସ୍କୁଲକୁ ପଠାଯିବ ।

ଅଧିକ ପଢନ୍ତୁ