ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଟ୍ରାଫିକ୍ ଉଲ୍ଲଂଘନକାରୀ ଗାଡ଼ି ଚାଳକଙ୍କ ବିରୋଧରେ ପୁଣି ଆରମ୍ଭ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟାନୁଷ୍ଠାନ ଅଭିଯାନ । ଏହି ସମୟରେ ବ୍ୟାପକ ଭାବେ ଗାଡ଼ି ଯାଞ୍ଚ୍ କରାଯିବା ସହ ବିନା ଡ୍ରାଇଭିଂ ତଥା ଅବୈଧ ଲାଇସେନ୍ସଧାରୀଙ୍କ ବିରୋଧରେ ବିଶେଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ପକ୍ଷରୁ ଘୋଷଣା କରାଯାଇଛି । ଏହି ମର୍ମରେ ରାଜ୍ୟର ସମସ୍ତ ଆରଟିଓଙ୍କୁ ମଧ୍ୟ ଚିଠି ଲେଖାଯାଇଛି । ଏହି ସ୍ୱତନ୍ତ୍ର ଅଭିଯାନ ସମୟରେ ବିଶେଷ ଭାବରେ ଟ୍ରାକ୍ଟର, ହାଇୱା, ଡମ୍ପର ଓ ଟିପ୍ପର୍ ଗୁଡ଼ିକୁ ଯାଞ୍ଚ କରାଯିବ ।
