ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର ।ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ଦେଶର ଅନ୍ୟତମ ବ୍ୟସ୍ତ ବହୁଳ ବିମାନ ବନ୍ଦର ଆଡକୁ ଅଗ୍ରସର ହେଉଛି । ବିମାନବନ୍ଦର ପକ୍ଷରୁ 1566 ମିଟର ବିଶିଷ୍ଟ ପିପିଟି ଏବଂ ଆରଇଟି ନିର୍ମାଣ କରାଯାଇଛି । ଯାହା ଫଳରେ ଘଣ୍ଟାକୁ ଏବେ 15-20 ବିମାନ ଉଡାଣ କରିପାରିବ ।ରନୱେର ଏକ ନ୍ୟୁନ କୋଣ ସହ ଜଡିତ ହୋଇ ରହିଥାଏ ଟ୍ୟାକ୍ସି ଓ୍ବେ। ଏହାକୁ ଏଭଳି ଭାବେ ଡିଜାଇନ କରାଯାଇଥାଏ ଯେ ଅବତରଣ କରୁଥିବା ବିମାନ ଅନ୍ୟ ଟ୍ୟାକ୍ସିୱେ ତୁଳନାରେ ଅଧିକ ଗତିରେ ଯାଇପାରିବେ । ଯାହାଦ୍ବାରା ରନୱେର ରହିବା ସମୟ ଆହୁରି କମିଯାଇଥାଏ । ଯାହାକୁ କୁହାଯାଇଥାଏ ଟାକ୍ସି ଟ୍ରାକ ଓ ରାପିଡ଼ ଏକଜିଟ ।ଏହା ଦ୍ୱାରା ଏକ ସମୟରେ ୨୪ଟି ବିମାନ ଉଡାଣ ଓ ଅବତରଣ କରି ପାରିବ । ବର୍ତ୍ତମାନ ଭୁବନେଶ୍ୱର ବିମାନ ବନ୍ଦରରୁ ୧୨ଟି ବିମାନ ଉଡାଣ ଓ ଅବତରଣ କରୁଛି । ଗୋଟିଏ ବିମାନ ତାହାର ସ୍ପିଡ଼ କମ ନ କରିକି ମଧ୍ୟ ରନ ୱେରୁ ବାହାରି ପାରିବ । ଏହା ଅଧିକରୁ ଅଧିକ ବିମାନ ଚଳାଚଳ କରିବା ପାଇଁ ବହୁ ମାତ୍ରାରେ ଫଳପ୍ରଦ ହେବ ।ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଚଳାଚଳ ଏବଂ ଯାତ୍ରୀ ପରିବହନ ବୃଦ୍ଧି ପାଇବାରେ ଲାଗିଛି । ବିଗତ ବର୍ଷ ତୁଳନାରେ ୩୧.୯ ପ୍ରତିଶତ ଏବଂ ୪୮.୨ ପ୍ରତିଶତ ବୃଦ୍ଧି ହୋଇଥିବା ରେକର୍ଡ କରାଯାଇଛି ।
