ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଖୋର୍ଦ୍ଧା-ଜଟଣୀ ବାଇପାସ ନିକଟସ୍ଥ ଏକ ହୋଟେଲରେ ଚାଲିଥିଲା ଦେହ ବେପାର। ପୁଲିସ କୌଣସି ବିଶେଷ ସୂତ୍ରରୁ ଖବର ଚଢ଼ାଉ କରିଥିଲା । ଚଢାଉ ସମୟରେ ଦୁଇ ଯୁବତୀ ସମେତ ୫ ଗ୍ରାହାକଙ୍କୁ ପୁଲିସ ଥାନାକୁ ଉଠାଇ ଆଣିଛି । ଏହାସହ ହୋଟେଲ ମାଲିକ ଓ ରାଣୀ ମହୁମାଛି ମଧ୍ୟ ପୁଲିସ ହାତରେ ଧରାପଡଡ଼ିଛନ୍ତି ।ତେବେ ରାଣୀମହୁମାଛି ଦେହଜୀବୀ ଯୋଗାଡ଼ କରୁଥିବା ବେଳେ ହୋଟେଲ ମାଲିକ ତାଙ୍କୁ ଗ୍ରାହାକ ଯୋଗାଇବାରେ ସାହାର୍ଯ୍ୟ କରୁଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଶିଳ୍ପାଞ୍ଚଳ ପୁଲିସ ସମସ୍ତ ଅଭିଯୁକ୍ତ ଅଟକ ରଖି ପଚରା ଉଚରା କରୁଛି ।
