ମେ’ ୧ରୁ ନୂଆ ଅନଲାଇନ୍ ଗେମିଂ ନିୟମ, ୧୦ ବର୍ଷ ପର୍ଯ୍ୟନ୍ତ ବୈଧ ରହିବ ସାର୍ଟିଫିକେଟ୍

ଦେଶରେ ଅନଲାଇନ୍ ଗେମିଂଙ୍କୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଅନଲାଇନ୍ ଗେମିଂ ଅଥରିଟି ଅଫ୍ ଇଣ୍ଡିଆ(ଓଜିଏଆଇ) ଗଠନ ନେଇ ବିଜ୍ଞପ୍ତି ଜାରି କରିଛନ୍ତି । ତେବେ ନୂଆ ନିୟମଗୁଡ଼ିକ ଅଧୀନରେ ଗେମିଂ କମ୍ପାନିଗୁଡ଼ିକୁ ବଡ଼ ଆଶ୍ବସ୍ତି ଦେଇଛନ୍ତି ।ସରକାର ସାର୍ଟିଫିକେଟ୍ର ବୈଧତାକୁ ଦୁଇ ଗୁଣା କରିଦେଇଛନ୍ତି।ସରକାର ଗେମିଂ ଶିଳ୍ପ ପାଇଁ ଲାଇଟ୍-ଟଚ୍ ରେଗୁଲେଟୋରୀ ଆପ୍ରୋଚ ଆପଣାଇଛନ୍ତି, ଯଦ୍ଦ୍ୱାରା ଷ୍ଟାର୍ଟଅପ୍ ଏବଂ ଡେଭଲପରମାନଙ୍କୁ ଅଯଥା ବୋଝ ନେବାକୁ ପଡ଼ିବ ନାହିଁ । ନୂଆ ନିୟମ ଅଧୀନରେ ସବୁଠୁ ବଡ଼ ପରିବର୍ତ୍ତନ ଅନ୍ଲାଇନ୍ ଗେମ୍ସର ପ୍ରମାଣନକୁ ନେଇ କରାଯାଇଛି।ଏବେ କୌଣସି ଗେମକୁ ମିଳୁଥିବା ସାର୍ଟିଫିକେଟର ବୈଧତା ୫ ବର୍ଷ ବଦଳରେ ୧୦ ବର୍ଷ ପାଇଁ ହେବ । ଫଳରେ ଗେମ୍ ନିର୍ମାତାଙ୍କୁ ବାରମ୍ବାର ରିନ୍ୟୁ ପ୍ରକ୍ରିୟା ଦେଇ ଯିବାକୁ ପଡ଼ିବ ନାହିଁ । ସରକାରଙ୍କ ଅନୁସାରେ, ଏହାଦ୍ୱାରା ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସରେ ସୁଧାର ଆସିବ ।

ଅଧିକ ପଢନ୍ତୁ