୩୦ରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ; ସରକାରଙ୍କୁ ଘେରିଲେ ବିରୋଧୀ

୩୦ ତାରିଖରେ ବିଧାନସଭା ସ୍ବତନ୍ତ୍ର ଅଧିବେଶନକୁ ନେଇ ବାକଯୁଦ୍ଧ। ସରକାରଙ୍କୁ ସିଧା ନିଶାନା କରିଛନ୍ତି ବିରୋଧୀ। ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇବା ପରେ ଏଭଳି ଦିନିକିଆ ଅଧିବେଶନ ଡାକିବାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବିଜେଡି ଓ କଂଗ୍ରେସ ଏହାକୁ ଡ୍ରାମା କହିଥିବା ବେଳେ ବିଜେପି କହିଛି, ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ତେଣୁ ଦିନିକିଆ ଅଧିବେଶନରେ ତମ୍ବିତଫାନ ହୋଇପାରେ ବୋଲି ଆକଳନ କରାଯାଉଛି।ସଂସଦର ସ୍ବତନ୍ତ୍ର ତିନିଦିନିଆ ଅଧିବେଶନରେ ସମ୍ବିଧାନ ସଂଶୋଧନ ପାଇଁ ବିଲ୍ ଆସିଥିଲା ।  ୨୦୧୧ ଜନଗଣନା ଅନୁସାରେ ଲୋକସଭା ଆସନ ସୀମା ପୁନଃନିର୍ଦ୍ଧାରଣ କରିବା ପାଇଁ କେନ୍ଦ୍ର ସରକାର ଚାହୁଁଥିଲେ ।  ଯାହାକୁ ନେଇ କଂଗ୍ରେସ ଓ ବିଜେଡି ଆପତ୍ତି ଉଠାଇଥିଲେ। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଓଡ଼ିଶାର ସମସ୍ତ ସାଂସଦଙ୍କୁ ଚିଠି ଲେଖିଥିଲେ। ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡାକିବା ସହ ରାଜ୍ୟର ସ୍ୱାର୍ଥ ଓ ସମ୍ମାନ ରକ୍ଷା ପାଇଁ ସମସ୍ତେ ଏକଜୁଟ ହେବାକୁ ସେ ଆହ୍ୱାନ ଦେଇଥିଲେ।ଗୋଟିଏ ପଟେ ମହିଳା ସଂରକ୍ଷଣ ଅନ୍ୟପଟେ ମହିଳାଙ୍କ ପାଇଁ ସମର୍ଥନ। ବିରୋଧୀ ମହିଳାଙ୍କୁ ସମର୍ଥନ କରୁଥିବା କଥା କହୁଥିବା ବେଳେ ବିଜେପି ବିରୋଧୀ ଙ୍କ ଏହି ମୁଭ କୁ ମହିଳା ବିରୋଧୀ ବୋଲି ବର୍ଣ୍ଣନା କରୁଛି। ଏଭଳି ସ୍ଥଳରେ ଅଠା କାଠି ରେ ଛନ୍ଦି ହେଲେଣି ବିରୋଧୀ। ସ୍ବତନ୍ତ୍ର ଅଧିବେଶନ ରେ ପର୍ଯ୍ୟାପ୍ତ ସୁଯୋଗ ମିଳିବ ଆଲୋଚନା ପାଇଁ। ଶାସକ ଓ ବିରୋଧୀ ନିଜ ନିଜ ଯୁକ୍ତି ରଖିବେ। ଯେଉଁଥିପାଇଁ ଆକଳନ କରାଯାଉଛି ଯେ ଦିନିକିଆ ସ୍ବତନ୍ତ୍ର ଅଧିବେଶନରେ ରୋଚକ ଚିତ୍ର ଦେଖିବାକୁ ମିଳିପାରେ। 

ଅଧିକ ପଢନ୍ତୁ