ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ସବୁ ସ୍କୁଲ୍ ଓ କଲେଜ ଛୁଟି 

ରାଜ୍ୟରେ ଅସହ୍ୟ ଗରମ ଏବଂ ପ୍ରଚଣ୍ଡ ଖରା ଅନୁଭୂତ ହେଉଛି। ଯାହାକୁ ଦୃଷ୍ଟିରେ ରଖି ସରକାର ସ୍କୁଲ ଛୁଟିକୁ ନେଇ ବଡ଼ ଅପଡେଟ ଦେଇଛନ୍ତି । ଏପ୍ରିଲ ୨୭ରୁ ଜୁନ ୧୭ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ରାଜ୍ୟର ସମସ୍ତ ଅଙ୍ଗନବାଡି ଠାରୁ ଆରମ୍ଭ କରି ଯୁକ୍ତ ଦୁଇ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ସ୍କୁଲ କଲେଜ ବନ୍ଦ ରହିବ ।ଏହି ସମୟରେ କୌଣସି ଶିକ୍ଷାନୁଷ୍ଠାନ ଖୋଲା ରଖିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଜନଗଣନା ଭଳି ସରକାରୀ କାର୍ଯ୍ୟ ଥିବାରୁ ଶିକ୍ଷକ ମାନେ ନିଜ ନିଜ ସୁରକ୍ଷା ଜନିତ ସତର୍କତା ମୂଳକ ପଦକ୍ଷେପ ନେଇ କାର୍ଯ୍ୟ କରିବେ ବୋଲି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ, ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀ ଏବଂ ବିଷୟ ଭିତ୍ତିକ ଆସାଇନମେଣ୍ଟ ସିଟ୍ ଡିଜାଇନ୍ କରାଯାଇଛି। ଯାହା ଗ୍ରୀଷ୍ମ ଛୁଟିରେ ଅଭ୍ୟାସ କାର୍ଯ୍ୟ ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯିବ ।ତେବେ ଖରା ଛୁଟିରେ ହ୍ବାଟ୍ସଆପ୍‌ରେ ହେବ ପାଠ ପଢ଼ା। ହ୍ୱାଟ୍ସଆପ୍‌ ଜରିଆରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ।

ଅଧିକ ପଢନ୍ତୁ