ଯାତ୍ରା ପଥରେ ୯୦ ବର୍ଷ ଅତିକ୍ରାନ୍ତ କରିଛି ଓଡ଼ିଆ ସିନେମା । ୧୯୩୬ ଏପ୍ରିଲ୍ ୨୮ରେ ପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’ର ମୁକ୍ତିଲାଭ ଦିନ ହିସାବରେ ସମଗ୍ର ଓଲିଉଡ୍ ଆଜି ଓଡ଼ିଆ ଚଳଚ୍ଚିତ୍ର ଦିବସ ପାଳୁଛି ।ସରକାର ୨୦୧୯ ମାର୍ଚ୍ଚ ୨ରେ ‘ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ନୀତି-୨୦୧୯’ ଆଣିଥିଲେ । ନୀତିଟି କାର୍ଯ୍ୟକାରୀ ହେବା ଆଗରୁ ୨୦୨୨ ମାର୍ଚ୍ଚ ୩୧ରେ ତା’ର ଅବଧି ସରିଗଲା । ସେ ବିଷୟରେ ବି କାହାରି ଚିନ୍ତା ନାହିଁ । ଏସବୁ ବୁଝିବାକୁ ସରକାର ଓଏଫ୍ଡିସି ପ୍ରତିଷ୍ଠା କରିଥିଲେ । ଏବେ ଅନୁଷ୍ଠାନଟି ସମ୍ପୂର୍ଣ୍ଣ ଅଚଳ । ଯୋଜନା କଲେ ବି କାର୍ଯ୍ୟକାରୀ କରିବାକୁ ଲୋକ ନାହାନ୍ତି । ଦୀର୍ଘଦିନ ହେଲା ମୁରବି ବିହୀନ ହୋଇପଡ଼ିଛି ।
