ଲାୟନ୍ସ କ୍ଲବ ନାଗାବଳୀ ପକ୍ଷରୁ ଅଂଟାରୀଗୁଡା ଢେପ ସାହି ବସ୍ତିରେ ଶିଶୁ ପୁଷ୍ଟିକର ସହାୟତା କାର୍ଯ୍ୟକ୍ରମଶିଶୁ ସେବା ହିଁ ମାଧବ ସେବା!

ରାୟଗଡା, ୦୩ ମଇ ୨୦୨୬: ଲାୟନ୍ସ କ୍ଲବ ରାୟଗଡା ନାଗାବଳୀ ପକ୍ଷରୁ ରବିବାର ଅପରାହ୍ନରେ ରାୟଗଡା ସହର ଅଂଟାରୀଗୁଡା ଢେପ ସାହି ବସ୍ତିରେ ଶିଶୁ ପୁଷ୍ଟିକର ସହାୟତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଶିଶୁମାନଙ୍କ ସ୍ୱାସ୍ଥ୍ୟ ଓ ପୁଷ୍ଟିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ୭ ମାସରୁ ୧୫ ବର୍ଷ ବୟସର ୩୫ ଜଣ ଶିଶୁଙ୍କୁ ମିଶ୍ରିତ ଫଳ, ଫଳ ରସ ଏବଂ ବିସ୍କୁଟ ବଣ୍ଟନ କରାଯାଇଥିଲା।

ଏହି ଅବସରରେ ଜିଲ୍ଲା ଗଭର୍ଣ୍ଣର ଲାୟନ୍ ଡକ୍ଟର ହେମନ୍ତ କୁମାର ଖୁଣ୍ଟିଆ ନାଗାବଳୀ କ୍ଲବର ସଭାପତି ଲାୟନ୍ ଶୁଭ୍ରା ପଣ୍ଡା ଏବଂ ବରିଷ୍ଠ ସଦସ୍ୟ ଲାୟନ୍ ରୁବିରାଣୀ କୁଣ୍ଡୁଙ୍କୁ ଉଲ୍ଲେଖନୀୟ ସେବା ପାଇଁ ସମ୍ମାନିତ କରିଥିଲେ।

ଚାର୍ଟର ସଭାପତି ଲାୟନ୍ ଡକ୍ଟର ଦୁଷ୍ମନ୍ତ କୁମାର ମହାନ୍ତି, ଜୋନ୍ ଚେୟାରପର୍ସନ ଲାୟନ୍ ଡକ୍ଟର ପ୍ରସନ କୁମାର ଗନ୍ତାୟତ, ସଚିବ ଲାୟନ୍ ବିପିନ ବିହାରୀ ବିଶ୍ୱାଲ, କୋଷାଧ୍ୟକ୍ଷ ଲାୟନ୍ ସୁଦର୍ଶନା ପାଢୀଙ୍କ ସମେତ ବରିଷ୍ଠ ସଦସ୍ୟ ଲାୟନ୍ ଶଶି ଭୂଷଣ ପଟ୍ଟନାୟକ, ଲାୟନ୍ ପ୍ରଣିପ୍ତ ପାତ୍ର, ଲାୟନ୍ ଜଗଦୀଶ ଦୋରା, ଲାୟନ୍ ସୁଶାନ୍ତ ନାଏକ, ଲାୟନ୍ସ ମନ୍ମଥ ତୁଳ,ଲାୟନ୍ ବିଶ୍ୱନାଥ ବିଶ୍ୱାଳ, ଲାୟନ୍ ଅରୁଣ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ଲାୟନ୍ସ କ୍ଲବ ନାଗାବଳୀ ଏହିଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ କଲ୍ୟାଣ ଓ ସମାଜ ସେବା ପ୍ରତି ନିଜର ଅତୁଟ ପ୍ରତିବଦ୍ଧତା ଦୋହରାଇଛି।

ଅଧିକ ପଢନ୍ତୁ