ମହଙ୍ଗା ପଡ଼ିଲା ପ୍ରେମ ନିବେଦନ । ପ୍ରେମ ପାଇଁ ପିଟି ପାଟି ମାରିଦେଲେ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଆସି ଏପରି ଘଟଣା ।ମୃତ ଯୁବକ ହେଲେ ସୁଦର୍ଶନ ସୂତାରଙ୍କ ପୁଅ ସୁବାସ । ସେ ଜଣେ ଝିଅକୁ ମୋବାଇଲରେ ପ୍ରେମ ନିବେଦନ କରିଥିବା ଅଭିଯୋଗ ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ଜାଣିପାରି ଉତ୍ତକ୍ଷିପ୍ତ ହୋଇ ଝିଅର ପରିବାର ଲୋକ ଗାଡି ସାହାଯ୍ୟରେ ସୁବାସକୁ ଟେକି ନେଇଥିଲେ । ପରେ ବୀରବ୍ରହ୍ମପୁର ସ୍କୁଲ ପରିସରରେ ଥିବା ଅଙ୍ଗନବାଡି ପକ୍କା ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।ସେପଟେ ସୁବାସଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସିମୁଳିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
