ଆମ୍ବୁଲାନ୍ସରେ ହେଉଛି ଗଞ୍ଜେଇ ଚାଲାଣ

ଆମ୍ବୁଲାନ୍ସରେ କରାଯାଉଛି ଗଞ୍ଜେଇ ଚାଲାଣ। ରୋଗୀ ଏମର୍ଜେନ୍ସି ଆଳ ଦେଖାଇ ପାରି ହେଉଥିଲେ ବେପାରୀ। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଛକରେ ଚେକିଂ ବେଳେ ଧରାପଡିଲେ। କଟକରୁ ଭୁବନେଶ୍ବର ଗଞ୍ଜେଇ ଚାଲାଣ ହେଉଥିଲା। ୨୫କେଜି ଗଞ୍ଜେଇ ସହ ଆମ୍ବୁଲାନ୍ସ ଜବତ ହୋଇଛି।ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଗିରଫ ୪ ଜଣଙ୍କ କ୍ରାଇମ୍ ହିଷ୍ଟ୍ରି ଯାଞ୍ଚ ଚାଲିଛି। ବିଳମ୍ବିତ ରାତ୍ରିରେ ଚାଲାଣ କରୁଥିଲେ। ସକାଳୁ ସକାଳୁ ପୋଲିସ ନାକା ଚେକ୍ ବେଳେ ଧରାପଡିଲେ।

ଅଧିକ ପଢନ୍ତୁ