ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡର ସତ କଣ ? ପୀଡ଼ିତାଙ୍କ କହିବା କଥା ତାଙ୍କ ସହ ଅସଦାଚରଣ କରାଯାଇଛି। ମାଡ଼ ମରାଯିବା ସହ ତାଙ୍କୁ ଉଠାଇ ନେବାକୁ ମଧ୍ୟ ସାଙ୍ଗକୁ କହୁଥିଲେ ମୃତ ସୌମ୍ୟରଞ୍ଜନ। ପୀଡିତାଙ୍କ ଏଭଳି ସଂଗୀନ ଅଭିଯୋଗ ପରେ ନାନା ପ୍ରଶ୍ନବାଚୀ ଛିଡ଼ା ହେଉଛି। ଅନ୍ୟପଟେ ପରିବାର ଲୋକଙ୍କ ଉପସ୍ଥିତିରେ କ୍ୟାପିଟାଲ ହସ୍ପିଗଲରେ ଶବ ବ୍ୟବଚ୍ଛେଦ ସରିଛି। ସୌମ୍ୟଙ୍କ ମୁଣ୍ଡରେ ଭାଷଣ ଆଘାତ ଲାଗିଥିବାରୁ ତାଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ରିପୋର୍ଟରେ ଦର୍ଶାଯାଇଛି। ତାଙ୍କ ଶରୀରରେ ଅନେକ ଆଘାତ ଚିହ୍ନ ଅଛି । କାଠ ବାଡ଼ିରେ ମାଡ଼ ଯୋଗୁଁ ପିଠି, ପେଟ, ଛାତି, ହାତ, ଗୋଡ଼ରେ ନୋଳା ବସିଯାଇଛି। କିନ୍ତୁ ଏଥିଯୋଗୁ ମୃତ୍ୟୁ ଘଟିବା ସେତେଟା ଆଶଙ୍କା ନଥାଏ। ତାଙ୍କ ମସ୍ତିଷ୍କରେ ପ୍ରବଳ ମାତ୍ରାରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଛି।ବ୍ୟବଚ୍ଛେଦ ରିପୋର୍ଟରୁ ହୃଦଘାତ୍ ନେଇ କୌଣସି ସୂଚନା ମିଳିନାହିଁ । ଅନୁମାନ କରାଯାଉଛି, ଭ୍ୟାନରେ ନେବା ବେଳେ ଆକ୍ରମଣକାରୀମାନେ ତାଙ୍କ ମୁଣ୍ଡକୁ ଡାଲାରେ ବାରମ୍ବାର ପିଟି ଥିବାରୁ ଗଭୀର ଆଘାତ ଲାଗିଛି।ଗତ ଶୁକ୍ରବାର ରାତିରେ ମୃତ ସୌମ୍ୟଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଗାଁ ଶ୍ମଶାନରେ ଶେଷ ହୋଇଛି ସୌମ୍ୟଙ୍କ ଅନ୍ତିମ ସଂସ୍କାର। ସୌମ୍ୟରଞ୍ଜନ ସ୍ୱାଇଁଙ୍କ ଅନ୍ତିମ ସଂସ୍କାର କରିଛନ୍ତି ଗ୍ରାମବାସୀ। ଉତ୍ତେଜନା ଆଶଙ୍କାରେ ଗାଁରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିବା ଦେଖିବାକୁ ମିଳିଥିଲା। ଘଟଣା ଉପରେ ଓଲଟପୁର ଓ କଟକ ଗ୍ରାମାଞ୍ଚଳ ପୋଲିସ୍ର ତୀକ୍ଷ୍ଣ ନଜର ରହିଥିବା ବେଳେ ତଦନ୍ତ ପ୍ରକ୍ରିୟା ଜୋରଦାର ହୋଇଛି।
