ରଣକ୍ଷେତ୍ର ପାଲଟିଲା ରାଜଧାନୀର ରାଜରାସ୍ତା,ପୋଲିସ ଉପରକୁ କଂଗ୍ରେସର ଟମାଟୋ ମାଡ

ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି କଂଗ୍ରେସର ଆନ୍ଦୋଳନ। କମିଶନରେଟ ପୋଲିସ କାର୍ଯ୍ୟାଳୟ ଘେରାଉ କରିଛି କଂଗ୍ରେସ। ବାଲିଅନ୍ତା ଭିଡ ହିଂସା ସହ ମବ ଲିଞ୍ଚିଂ ଘଟଣାକୁ ନେଇ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ କମିଶନରେଟ ପୋଲିସ କାର୍ଯ୍ୟାଳୟକୁ ଘେରାଉ ସହ ପୋଲିସ ଉପରକୁ ଟମାଟୋ ମାଡ କରାଯାଇଛି ।ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ଗୋଟିଏ ସପ୍ତାହରେ କଣାସ-ବାଲିଅନ୍ତା-ବାଲିପାଟଣାରେ ୩ଟି ଭିଡ଼ହତ୍ୟା ବା ମବ୍-ଲିଂଚିଂ ଘଟିଛି । ଯାହା ପ୍ରମାଣ କରୁଛି ଯେ ଲୋକେ ନିଜ ହାତକୁ ଶାସନ ବ୍ୟବସ୍ଥାକୁ ନେଇସାରିଲେଣି। ସର୍ବସମ୍ମୁଖରେ ବାରମ୍ବାର ମଧ୍ୟଯୁଗୀୟ ବର୍ବରତା ଘଟିଚାଲିଥିଲେ ମଧ୍ୟ ସରକାର ମୁଖ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନେଉନଥିବା ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟରେ ଅରାଜକତାକୁ ରୋକିବାରେ ବିଫଳତା ହୋଇଛନ୍ତି । ତେଣୁ ସେ ନିଜ ସରକାରର କାମକୁ ନେଇ ଆତ୍ମସମୀକ୍ଷା କରନ୍ତୁ ।

ଅଧିକ ପଢନ୍ତୁ