ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରାଜ୍ୟରେ ହ୍ରାସ ପାଉଥିବା ଜନ୍ମହାରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଜନସଂଖ୍ୟା ବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ନୂତନ ଯୋଜନା ବିଷୟରେ ଘୋଷଣା କରିଛନ୍ତି । ଏହି ଯୋଜନାରେ ସରକାର ଏବେ ତୃତୀୟ ସନ୍ତାନ ପାଇଁ ୩୦ ହଜାର ଟଙ୍କା ଏବଂ ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର ଟଙ୍କା ପ୍ରଦାନ କରିବେ ।ଜନସଂଖ୍ୟା ବୃଦ୍ଧିକୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନୂତନ ଘୋଷଣା କରିଛନ୍ତି। ଏହା ପୂର୍ବରୁ, ଦ୍ୱିତୀୟ ସନ୍ତାନ ଜନ୍ମ ହେଲେ ୨୫,୦୦୦ ଟଙ୍କାର ନଗଦ ସହାୟତା ଦେବା ନେଇ ମଧ୍ୟ ଆଲୋଚନା ହୋଇଥିଲା । କିନ୍ତୁ ଏହାକୁ ନେଇ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ପଷ୍ଟ ସୂଚନା ସରକାରୀ ସ୍ତରରେ ପ୍ରକାଶ କରାଯାଇ ନାହିଁ। ତେବେ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି, ପିଲାମାନେ ବୋଝ ନୁହଁନ୍ତି, ସେମାନେ ଦେଶର ଭବିଷ୍ୟତ ଓ ସମ୍ପତ୍ତି।
