କଟକ ବଡମ୍ବାରେ ବୀଭତ୍ସ ହତ୍ୟାକାଣ୍ଡ । ସ୍ୱାମୀର ଯୌନାଙ୍ଗ କାଟି ହତ୍ୟା କଲା ସ୍ତ୍ରୀ। ବଡମ୍ବା ଥାନାରେ ମାମଲା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ।ପାରିବାରିକ କଳହକୁ କେନ୍ଦ୍ର କରି ଅଲରା ଗାଁର ଯୁବକ ମନୋଜ ମଲ୍ଲିକଙ୍କୁ ଶଶୁର ଘର ବଡମ୍ବା କରଡିବନ୍ଧ ଗାଁକୁ ଡାକି ସ୍ତ୍ରୀ ଲକ୍ଷ୍ମୀପ୍ରିୟା ରାଉତ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ।
ମୃତକ ମନୋଜଙ୍କର ବାପା ବସନ୍ତ ମଲ୍ଲିକ ବଡମ୍ବା ଥାନାରେ ଅଭିଯୋଗ କରିଛନ୍ତି । ବଡମ୍ବା ପୋଲିସ ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ବଡମ୍ବା ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି ।ମୃତକଙ୍କର ସ୍ତ୍ରୀ ଲକ୍ଷ୍ମୀପ୍ରିୟା ରାଉତ ନିଜ ସ୍ବାମୀ ମନୋଜ ମଲ୍ଲିକ ଆତ୍ମହତ୍ୟା କରିଥିବା ଥାନାରେ ଅଭିଯୋଗ କରିଥିବା ବେଳେ ମୃତକ ମନୋଜ ମଲ୍ଲିକଙ୍କ ବାପା ବସନ୍ତ ମଲ୍ଲିକ ପୁଅର ଯୌନାଙ୍ଗ କାଟି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନାଁ ଆତ୍ମହତ୍ୟା ତାହା ସାମ୍ନାକୁ ଆସିପାରିବ ।
