ବାଲିଅନ୍ତା ବର୍ବରକାଣ୍ଡ କାଣ୍ଡ ଘଟଣା । ସୋମ୍ୟ ହତ୍ୟା ମାମଲାରେ ତରବରିଆ ଭାବେ ଭୁଲ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ଗିରଫ ୪ ଜଣଙ୍କ ପରିବାର କ୍ରାଇମବ୍ରାଞ୍ଚ ରେ ଦ୍ବାରସ୍ଥ ହୋଇଛି । ଘଟଣା ବେଳର ସିସିଟିଭି ଫୁଟେଜ୍କୁ ଦେଖାଇ ୪ଜଣ ଏହି ହତ୍ୟାକାଣ୍ଡରେ ସାମିଲ ନଥିବା ସଫେଇ ଦେଇଛନ୍ତି ।ଏହି ଘଣ୍ଟାଏ ସମୟ ଅବଧି ଭିତରେ ୪ଜଣ ଅଭିଯୁକ୍ତ ଅପରାଧସ୍ଥଳର ଆଖପାଖରେ ନଥିଲେ । ଜଣେ ମୋବାଇଲ୍ ସଜାଡ଼ିବା ପାଇଁ ହଂସପାଳର ମୋବାଇଲ୍ ମରାମତି ଦୋକାନକୁ ଯାଇଥିଲା । ଅନ୍ୟ ଜଣେ ବାଇକ୍ରେ ତେଲ ଭରିବା ପାଇଁ ଏକ ପେଟ୍ରୋଲ ପମ୍ପକୁ ଯାଇଥିଲା ।ସେହିପରି ଅନ୍ୟ ୨ଜଣଙ୍କ ମଧ୍ୟରୁ ଜଣେ ଘରୋଇ ସଂସ୍ଥାରେ ଚାକିରି କରନ୍ତି । ଘଟଣା ବେଳେ ସେ ତାଙ୍କ ଅଫିସରେ ଥିଲେ । ଏସବୁ ସମୟର ସିସି କ୍ୟାମେରା ଫୁଟେଜ୍କୁ ସେମାନେ କ୍ରାଇମ୍ବ୍ରାଞ୍ଚ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି । କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ସିସିଟିଭି ଫୁଟେଜ୍କୁ ଜବତ କରାଯାଇ ପରୀକ୍ଷା ପାଇଁ ରସୁଲଗଡ଼ସ୍ଥିତ ରାଜ୍ୟ ଅପରାଧ ବିଧି ବିଜ୍ଞାନଗାର(ଏସ୍ଏଫ୍ଏସ୍ଏଲ) କୁ ପଠାଯାଇଛି । ଲ୍ୟାବ୍ରେ ଏସବୁ ଫୁଟେଜ୍ରେ ସତ୍ୟାସତ୍ୟ ଯାଞ୍ଚ କରାଯିବ । ଫୁଟେଜ୍ରେ କୌଣସି ଏଡିଟିଂ କରାଯାଇଛି କି ନାହିଁ, ତାହା ମଧ୍ୟ ପରଖାଯିବ । ୪ ଅଭିଯୁକ୍ତ ଅପରାଧସ୍ଥଳରେ ନଥିବାର ଯଦି ଫୁଟଭଜ୍ରୁ ପ୍ରମାଣ ମିଳେ, ତେବେ ପୁଲିସ ପାଇଁ ଅଡୁଆ ବଢ଼ିପାରେ ।
