ଅଂଶୁଘାତରେ ୧୬ ଜଣଙ୍କ ମୃତ୍ୟୁ ଅଭିଯୋଗ ! ୩ ଜଣଙ୍କ ମୃତ୍ୟୁ ସ୍ପଷ୍ଟ କଲେ ସରକାର

 ଓଡ଼ିଶାରେ କାଳ ସାଜିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ  ।  ଅଂଶୁଘାତରେ ୧୬ ଜଣଙ୍କ ମୃତ୍ୟୁ ଅଭିଯୋଗ!, ୩ଜଣଙ୍କ ମୃତ୍ୟୁ ସ୍ପଷ୍ଟ କଲେ ସରକାର । ସେହିପରି ଢେଙ୍କାନାଳ ଭୁବନରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସେ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ତହସିଲରେ କାର୍ଯ୍ୟରତ ଆରଆଇ ଚୈତନ୍ୟ ଦେହୁରୀ । ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗର ତଦନ୍ତ ପରେ ସହାୟତା ପ୍ରଦାନ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି । SRC ଙ୍କ ଅନୁଯାୟୀ ରାଜ୍ୟର ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ରହିଛି। ତେବେ ପଶ୍ଚିମ ଓ ଉତ୍ତର ଓଡ଼ିଶାର ଜନସାଧାରଣଙ୍କୁ ଖରା ସମୟରେ ବାହାରକୁ ନ ବାହାରିବା ଏବଂ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି ।

ଅଧିକ ପଢନ୍ତୁ