ପୁଣି ରେଳ ବିଭାଗର ବଡ଼ ତ୍ରୁଟି ଅଭିଯୋଗ । ଭୁବନେଶ୍ବରରେ ଦୁଇ ଟ୍ରେନ୍ ମଧ୍ୟରେ ଧକ୍କା । ଝାରପଡ଼ା ବ୍ରିଜ୍ ନିକଟରେ ଟ୍ରେନ୍ ମଧ୍ୟରେ ଧକ୍କା । ଟ୍ରାକରେ ଗୋଟିଏ ଟ୍ରେନ ଠିଆ ହୋଇଥିବାବେଳେ ସାମ୍ନାପଟୁ ଆସିଲା ଆଉ ଏକ ଟ୍ରେନ । ବେଗ କମ୍ ଥିବାରୁ ଟଳିଗଲା ବଡ଼ ଦୁର୍ଘଟଣା । ଭୟରେ ଟ୍ରେନରୁ ଓହ୍ଲାଇ ପଡିଥିଲେ ଯାତ୍ରୀ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ସିଗନାଲ୍ ତ୍ରୁଟି ପାଇଁ ଗୋଟିଏ ଟ୍ରାକରେ ଦୁଇ ଟ୍ରେନ ମୁହାଁ ମୁହିଁ ହୋଇଥିବା ଜଣାପଡିଛି।କୋଣାର୍କ ଏକ୍ସପ୍ରେସ ଯାତ୍ରୀଙ୍କୁ ଛାଡ଼ି ମଞ୍ଚେଶ୍ୱର ଡିପୋ ଆଡ଼କୁ ସଫେଇ ପାଇଁ ଯାଉଥିବା ବେଳେ ସେହି ଟ୍ରାକରେ ପୂର୍ବରୁ ଥିବା ସ୍ପେୟାରିଙ୍ଗ ଟ୍ରେନ ସହ ଧକ୍କା ହୋଇଛି। ଫଳରେ ଉଭୟ ଟ୍ରେନ ସାମ୍ନାରେ ଥିବା ଲକ ଭାଙ୍ଗି ଯାଇଛି। ସକାଳ ୯ଟା ୬ରେ ଦୁର୍ଘଟଣା ହୋଇଛି। ତେବେ ଟ୍ରେନରେ କୌଣସି ଯାତ୍ରୀ ନଥିଲେ। ଉଭୟ ଟ୍ରେନର ଲୋକୋ ପାଇଲଟ ମଧ୍ୟ ସୁରକ୍ଷିତ ଅଛନ୍ତି।ଅନ୍ୟପଟେ ଅଘଟଣ ସଂପର୍କରେ ଖବର ପାଇ ରେଳ ବିଭାଗର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କିପରି ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍ ଆସିଲା ? କିଛି ଅଘଟଣ ଘଟିଛି ? ଏଥିପାଇଁ କାହାର ଭୁଲ୍ ? ସେନେଇ ଖୋଳତାଡ କରୁଛି ରେଳବାଇ ବିଭାଗ ।
