ଲୋକପ୍ରିୟ ସୁଟର ଜସପାଲ ରାଣାଙ୍କ ଦେହାନ୍ତ

ପ୍ରସିଦ୍ଧ ଶୁଟର ତଥା ଭାରତୀୟ ଅଲିମ୍ପିକ ଷ୍ଟାର ମନୁ ଭାକରଙ୍କ କୋଚ ଜସପାଲ ରାଣାଙ୍କ ଦେହାନ୍ତ ହୋଇଛି। ମ୍ୟୁନିଚ୍‌ରେ ଅନୁଷ୍ଠିତ ଶୁଟିଂ ବିଶ୍ୱକପ ପରେ ଭାରତ ଫେରିବା ସମୟରେ ସେ ଅସୁସ୍ଥ ହୋଇପଡ଼ିଥିଲେ।ଶୁକ୍ରବାର ଦିଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ନିଧନ ହୋଇଛି । ମୃତ୍ୟୁ ବେଳଙ୍କୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା । ଶୁଟିଂକୁ ଅଳବିଦା କରିବା ପରେ ଜଶପାଲ ଦୀର୍ଘଦିନ ଧରି ନୂଆ ଖେଳାଳିଙ୍କୁ କୋଚିଂ ଦେଉଥିଲେ ।ଭାରତ ପାଇଁ ସେ ଏସିଆନ୍ ଗେମ୍ସ ଏବଂ ବିଶ୍ୱ ଶୁଟିଂ ଚାମ୍ପିଅନସିପରେ ସୁନା ପଦକ ପାଇଥିଲେ । ଦେଶରେ ଶୁଟିଂକୁ ଲୋକପ୍ରିୟ କରାଇବାରେ ତାଙ୍କର ଭୂମିକା ଖୁବ୍ ଅଧିକ ଥିଲା ।

ସୂଚନାଯୋଗ୍ୟ, ଜଶପାଲ ଉତ୍ତରାଖଣ୍ଡରେ ଜନ୍ମ ହୋଇଥିଲେ । ତାଙ୍କୁ ୨୦୦୨ ମସିହାରେ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା । ତେବେ ତାଙ୍କ ଦେହାନ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି ।

ଅଧିକ ପଢନ୍ତୁ