ବ୍ୟାଗରୁ ଅଜଣା ଯୁବତୀର ମୃତଦେହ ଠାବ ଘଟଣା

ରାୟଗଡା ତା ୧୮/୦୬ (ନିପ୍ର) ଗତକାଲି ଏକ ବ୍ୟାଗରୁ ଅଜଣା ଯୁବତୀର ମୃତଦେହ ଖଲିଗୁଡ଼ା ନିକଟରେ ମିଳିଥିଲା। ସୂଚନା ମୁତାବକ ରାୟଗଡ଼ା ଜିଲ୍ଲା ସଦର ସ୍ଥିତ ଖଲିଗୁଡ଼ା ନିକଟ ହ୍ୟୁଣ୍ଡାଇ ଶୋ ରୁମ୍ ନିକଟରେ ଥିବା ପଡ଼ିଆରେ ଗତକାଲି ଏକ ବ୍ୟାଗ୍ ରୁ ଗୋଟିଏ ଅଜଣା ଯୁବତୀର ମୃତଦେହ ଥିବା ନେଇ ହ୍ୟୁଣ୍ଡାଇ ଶୋ ରୁମ୍ ମ୍ୟାନେଜର ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ବ୍ୟାଗ୍ ସହ ମୃତଦେହ ଠାବ କରିଛି । ଘଟଣା ସ୍ଥଳରେ ଚାନ୍ଦିଲି ପୋଲିସ ପହଞ୍ଚି ତଦନ୍ତ କରୁଥିବା ସହ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏ ନେଇ ରାୟଗଡ଼ା ଏସ ପି ରାଜ ପ୍ରସାଦ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି। ଏସ ପି ରାଜ ପ୍ରସାଦ କହିଛନ୍ତି ଯେ ଉକ୍ତ ଯୁବତୀ ର ବୟସ ପ୍ରାୟ 30ରୁ 35ବର୍ଷ ବୟସ ହୋଇଥିବା ଅନୁମାନ କରାଯାଉଥିବା ବେଳେ ମୃତ ଯୁବତୀ ଗୋଡ଼ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି। ଯାହାକି ଏହା ଏକ ହତ୍ୟାକାଣ୍ଡ ହୋଇଥିବା ନେଇ ଅନୁମାନ କରାଯାଉଛି। ଯାହାକି ମୃତ ଦେହକୁ ଦେଖି ଏହା ପ୍ରାୟ 8ଦିନ ତଳର ହୋଇଥାଇ ପାରେ ବୋଲି ସୂଚନା ଦେଇଛନ୍ତି।ଉକ୍ତ ଯୁବତୀ ନିକଟରୁ କୌଣସି ପରିଚୟ ପତ୍ର କିମ୍ବା ଅନ୍ୟ କିଛି ସାମଗ୍ରୀ ମିଳିନଥିବା ଯୋଗୁଁ ଯୁବତୀ ପୋଷାକ କୁ ନେଇ ତଦନ୍ତ କରାଯାଉଛି ବୋଲି କହିଛନ୍ତି । ଅତି ଶୀଘ୍ର ଉକ୍ତ କେସ ର ପର୍ଦ୍ଦାଫାସ କରାଯିବ ବୋଲି ସୂଚନା ଦେଇଛନ୍ତି। ଏ ପର୍ଯ୍ୟନ୍ତ ଯୁବତୀ ର ପରିଚୟ ମିଳିନଥିବା ଜଣାପଡ଼ିଛି।

ଅଧିକ ପଢନ୍ତୁ