ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ଅଳ୍ପକେ ବର୍ତ୍ତିଲେ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଗାଡ଼ି

ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା 49ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା । ସମ୍ବଲପୁରରୁ ମୟୂରଭଞ୍ଜ ଯାଉଥିବା ବେଳେ ଜଗମୋହନପୁର ଛକରେ ହମ୍ପସ ଥିବା ସ୍ଥାନରେ ପାଇଲଟିଂ ଗାଡ଼ି ହଠାତ୍ ବ୍ରେକ୍ ମାରିବାରୁ ପଛରେ ଥିବା ମନ୍ତ୍ରୀଙ୍କ ଗାଡ଼ି ଯାଇ ଧକ୍କା ଖାଇଥିଲା । ସୌଭାଗ୍ୟବଶତଃ ଗାଡ଼ିର ସୁରକ୍ଷା ବେଲୁନ୍ ବାହାରି ଯିବାରୁ ମନ୍ତ୍ରୀ ସୁରକ୍ଷିତ ରହିଯାଇଥିଲେ । ଦୁର୍ଘଟଣା ପରେ ଅନ୍ୟ ଏକ ଗାଡ଼ିରେ ମୟୂରଭଞ୍ଜ ଯାଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ l

ଅଧିକ ପଢନ୍ତୁ