ସାମନ୍ଥା ରୁଥ ପ୍ରଭୁ ଏବେ ଅପକମିଂ ଫିଲ୍ମକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ଜୁନ୍ ୧୯ରେ ପୂଆ ଫିଲ୍ମ ପରଦା ଉପରକୁ ଆସିବ । ଏନେଇ ଅଭିନେତ୍ରୀ ସାମନ୍ଥା ପ୍ରମୋସନରେ ଲାଗିଛନ୍ତି । ଏବେ ସମାନ୍ଥା ନିକଟରେ ଥଲାପତି ବିଜୟଙ୍କୁ ଭେଟିଛନ୍ତି । ସେ ବିଜୟଙ୍କୁ ଭେଟିବା ସହ ଫଟୋ ବି ସେୟାର କରି ସ୍ପେଶାଲ କ୍ୟାପସନ ଲେଖିଛନ୍ତି ।
ସାମାନ୍ଥା ଲେଖିଛନ୍ତି କି, ଯେତେବେଳେ ମୁଁ ଆଜି ଚେନ୍ନାଇରେ ପହଞ୍ଚିଲି ମୋତେ ବହୁତ ଖୁସି ଅନୁଭବ ହେଲା । ମୁଁ ସିଏମଙ୍କୁ ଭେଟିବାକୁ ଯାଉଥିଲି। ମୋତେ ସବୁବେଳେ ଅନୁଭବ ହେଉଥିଲା କି ବିଜୟ ସାର୍ କେବଳ ଅନସ୍କ୍ରିନ ହିରୋ ନୁହନ୍ତି । ତାଙ୍କ ଏନର୍ଜୀ, ପ୍ରେଜେନ୍ସ ଏବଂ ଯେଉଁଭଳି ଭାବେ ଲୋକ ତାଙ୍କୁ ରେସ୍ପଣ୍ଡ କରିଥାନ୍ତି ତାକୁ ଦେଖି ଲାଗୁଥିଲା କି ସେ କୌଣସି ବଡ଼ ଜିନିଷ ଲାଗି ହୋଇଛନ୍ତି ।ବିଜୟଙ୍କୁ ସାକ୍ଷାତ କରିବାକୁ ଯିବା ସମୟରେ ସାମନ୍ଥା ଲାଲ ରଙ୍ଗର ଶାଢିରେ ନଜର ଆସିଛନ୍ତି । ଏଥିରେ ବହୁତ ସୁନ୍ଦର ଲାଗୁଛନ୍ତି ସାମନ୍ଥା । ଫଟୋ ସେୟାର କରି ପୁରୁଣା କୋ ଷ୍ଟାର ପାଇଁ ଏକ ଲମ୍ବା ନୋଟ୍ ଲେଖିଛନ୍ତି ।
