ମହିଳା ଟି-ଟ୍ବେଣ୍ଟି କ୍ରିକେଟରେ ରେକର୍ଡ କରିଛନ୍ତି ସ୍ମୃତି ମନ୍ଧାନା । ସର୍ବାଧିକ ଚୌକା ମାରି ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । ପାକିସ୍ତାନର ବାବର ଆଜମକୁ ପଛରେ ପକାଇଛନ୍ତି । ୬୦୦ ଚୌକା ମାରିବାରେ ବିଶ୍ୱ ରେକର୍ଡ କରିଛନ୍ତି ସ୍ମୃତି । ନେଦରଲ୍ୟଣ୍ଡ ବିପକ୍ଷ ଲିଗ୍ ମୁକାବିଲାରେ ସ୍ମୃତି ଏହି କୀର୍ତ୍ତିନାମା ସ୍ଥାପନ କରିଛନ୍ତି ।ରିପୋର୍ଟ ଅନୁସାରେ, ଜୁନ ୧୭ ଥିଲା ସ୍ମୃତିଙ୍କ ପାଇଁ ଖାସ୍ ଦିନ । ଏହି ଦିନ ସେ ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳିଥିଲେ ଦମଦାର ଇନିଂସ । ଯେଉଁଥି ପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଥିଲା । ମ୍ୟାଚରେ ସେ ଲଗାତାର ଦୁଇଥର ହାଫ୍ ସେଞ୍ଚୁରୀ ଲଗାଇଥିଲେ ।
ନେଦରଲ୍ୟାଣ୍ଡ ବିରୋଧରେ ସ୍ମୃତିଙ୍କ ବ୍ୟାଟରୁ ୭୪ ରନ୍ ବାହାରିଥିଲା । ଏହି ରନ୍ ପାଇଁ ସେ ମାତ୍ର ୪୭ ବଲର ସାହାଯ୍ୟ ନେଇଥିଲେ । ଯେଉଁଥିରେ ୧୧ଟି ଚଉକା ଏବଂ ଗୋଟିଏ ଛକା ସାମିଲ ଥିଲା । ଓପନର ସେଫାଳି ବର୍ମାଙ୍କ ସହ ମିଶି ସେ ୧୧୫ ରନର ଓପନିଂ ପାର୍ଟନରସିପ୍ କରିଥିଲେ ।ଟି-ଟ୍ୱେଣ୍ଟିରେ ୬୦୦ ଚୌକା ମାରିଥିବା ପ୍ରଥମ ବ୍ୟାଟର ହୋଇଛନ୍ତି ମହିଳା କ୍ରିକେଟ ଟିମ୍ ଭାଇସ୍ କ୍ୟାପ୍ଟେନ୍ ସ୍ମୃତି । ଏହା ସହିତ ବିଶ୍ୱକପରେ ଷଷ୍ଠ ଅର୍ଦ୍ଧଶତକ ହାସଲ କରିଛନ୍ତି । ମିଥାଲି ରାଜ ଏବଂ ହରମନପ୍ରୀତଙ୍କୁ ପଛରେ ପକାଇଛନ୍ତି ।
