ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୪୫,୮୬୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୩,୭୦୦ ଟଙ୍କା ଛୁଇଁଛି ।ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୪୫,୮୬୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ହଜାର ୧,୩୩,୭୦୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୫୦,୦୦୦ ଟଙ୍କା ହୋଇଛି ।ବିଶେଷଜ୍ଞମାନେ କହିଛନ୍ତି ଯେ ଆମେରିକା-ଇରାନ ଶାନ୍ତି ଚୁକ୍ତିର ପରବର୍ତ୍ତୀ ପର୍ଯ୍ୟାୟକୁ ନେଇ ଦେଖାଦେଇଥିବା ଅନିଶ୍ଚିତତା ମଧ୍ୟ ବଜାର ଉପରେ ପ୍ରଭାବ ପକାଉଛି । ବର୍ତ୍ତମାନ ନିବେଶକମାନେ ବିଶ୍ୱ ଅର୍ଥନୈତିକ ସଙ୍କେତ ଏବଂ ଆମେରିକାର ମୁଦ୍ରିକ ନୀତି (Monetary Policy) ଉପରେ ନଜର ରଖିଛନ୍ତି, ଯାହାର ପ୍ରଭାବ ଆଗାମୀ ଦିନରେ ସୁନା ଓ ରୁପା ମୂଲ୍ୟରେ ଦେଖିବାକୁ ମିଳିପାରେ ।
