ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର । ମହଙ୍ଗା ଆଭିଏସନ ଫୁଏଲ ଉପରେ ସରକାର ବଡ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ଏୟାର ଲାଇନ୍ସମାନଙ୍କର ଉଡାଣ ଖର୍ଚ୍ଚରେ ହ୍ରାସ କରିବାକୁ ଯାଇ ସରକାର ଲିଟର ପିଛା ଇନ୍ଧନ ଦାମ୍ ୫ ଟଙ୍କା ହ୍ରାସ କରିଛନ୍ତି । ଅର୍ଥାତ ଜେଟ୍ ଫୁଏଲ୍ ବା ଏୟାର ଟରବାଇନ୍ ଫୁଏଲ୍ ଦାମ୍ କମିଛି ।ମିଳିଥିବା ସୂଚନା ଅନୁଯାୟୀ, ଏହି ସଂଶୋଧନ ପରେ ଦେଶର ରାଜଧାନୀ ଦିଲ୍ଲୀରେ ଏବେ ଏଟିଏଫ୍ ର ଲିଟର ପିଛା ମୂଲ୍ୟ ୧୧୦ ଟଙ୍କାକୁ ଖସିଆସିଛି। ଅନ୍ୟପଟେ ପଶ୍ଚିମ ଏସିଆ ବିବାଦ ପରେ ବିମାନ ଇନ୍ଧନ ଦର ରେକର୍ଡ ସ୍ତରକୁ ଛୁଇଁଥିବା ବେଳେ ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନ କମ୍ପାନିଗୁଡ଼ିକର ପରିଚାଳନା ଖର୍ଚ୍ଚ ବହୁ ପରିମାଣରେ ବୃଦ୍ଧି ପାଇଥିଲା। ବର୍ତ୍ତମାନ ବିମାନ ଇନ୍ଧନର ମୂଲ୍ୟ ହ୍ରାସ ପାଇବା ପରେ ବିମାନ ଯାତ୍ରୀଙ୍କୁ ଆଶ୍ଵସ୍ତି ମିଳିବ ବୋଲି ଆଶା କରାଯାଉଛି।
