ଭାରତୀୟ ନାବିକଙ୍କ ମୃତଦେହ ଭେନେଜୁଏଲାରୁ ଫେରିଲା; ହାର୍ଟ, ଲିଭର, କିଡନୀ ଏବଂ ବ୍ରେନ୍ ସହ ଜରୁରୀ ଅଙ୍ଗ ଗାଏବ

ଚଳିତ ବର୍ଷ ମେ ମାସରେ ଭେନେଜୁଏଲାରେ ଡ୍ୟୁଟିରେ ଥିବା ସମୟରେ ଜଣେ ଭାରତୀୟ ନାବିକଙ୍କର ମୃତ୍ୟୁ ଘଟିଥିବାବେଳେ ମାସକ ପରେ ତାଙ୍କ ମୃତଦେହ ଭାରତ ଫେରିଥିଲା। ତେବେ ପରିବାର ଲୋକେ ଶବ ଦେଖିବା ମାତ୍ରେ ରହସ୍ୟ ସୃଷ୍ଟି ହୋଇଛି, ଯାହାଫଳରେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଚାଞ୍ଚଲ୍ୟ ଖେଳି ଯାଇଛି। ଉତ୍ତର ପ୍ରଦେଶର ଦେଓ୍ବରିୟା ଜିଲ୍ଲାର ଲଗଡା ବଜାର ଟୋଲାରେ ରହୁଥିବା ରାକେଶ ଚୌହାନ ନଭେମ୍ବର ୨୦୨୫ ରେ ମର୍ଚେଣ୍ଟ ନାଭିର ଏକ ଜାହାଜରେ ଚାକିରି ପାଇଁ ଭେନେଜୁଏଲା ଯାଇଥିଲେ। ତାଙ୍କୁ ‘ଏକ୍ସଫିନିଟି’ ନାମକ କମ୍ପାନୀ ପଠାଇଥିଲା। ସବୁକିଛି ଠିକ୍ ଚାଲିଥିଲା, କିନ୍ତୁ ମଇରେ ହଠାତ କମ୍ପାନୀ ପକ୍ଷରୁ ଖବର ଆସିଥିଲା ରାକେଶ ଏବେ ଏ ଦୁନିଆରେ ନାହାଁନ୍ତି।ମୃତଦେହରେ ମସ୍ତିଷ୍କ, ଯକୃତ ଓ ହୃତପିଣ୍ଡ ପରି ଅନେକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ନଥିଲା। ଏହାକୁ ନେଇ ନାବିକମାନଙ୍କ ସଙ୍ଗଠନ ଫେଡେରେସନ ଅଫ୍ ସିଫେରର୍ସ ୟୁନିଅନ୍ସ ଅଫ୍ ଇଣ୍ଡିଆ (ଏଫଏସ୍‌ୟୁଆଇ) ଆଶ୍ଚର୍ଯ୍ୟ ପ୍ରକଶ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ କିମ୍ବା ଭେନେଜୁଏଲାର କର୍ତ୍ତୃପକ୍ଷଙ୍କ ବିନା ସୂଚନାରେ ମୃତଦେହ ପରିବହନ ଉପରେ ପ୍ରଶ୍ନ ଉଠାଯାଇଛି। ଏହି ଘଟଣାର ସବିଶେଷ ତଦନ୍ତ କରାଯାଉ ବୋଲି ସଂଘ ଦାବି କରିଛି।ଏଥିରୁ ସ୍ପଷ୍ଟ ଭାବରେ ଜଣାପଡିଥିଲା ଯେ, ଅଙ୍ଗ ଗାଏବ୍ କରାଯାଇଛି। ଅଙ୍ଗ ନଥିବା କାରଣରୁ ଭାରତୀୟଳ ଡାକ୍ତର ମୃତ୍ୟୁର ପ୍ରକୃତ କାରଣ ବି ଜାଣି ପାରି ନାହାନ୍ତି।ମୃତଦେହ ହସ୍ତାନ୍ତର ବେଳେ ଭୁଲ୍‌ ନାଁରେ ରସିଦ ଦିଆଯାଇଥିଲା। ରାକେଶ ଯେଉଁ ଜାହାଜରେ କାମ କରିବାକୁ ଚୁକ୍ତି କରିଥିଲେ ଓ ତାଙ୍କୁ ଯେଉଁ ଜାହାଜରେ ନିୟୋଜିତ କରାଯାଇଥିଲା ତାହା ସମାନ ନଥିବାରୁ ପରିବାର ଓ ସଂଘ ପକ୍ଷରୁ ସନ୍ଦେହ ପ୍ରକାଶ କରାଯାଇଛି। ରାକେଶଙ୍କ ପତ୍ନୀ ରଞ୍ଜନା ଚୌରସିଆ ଭେନେଜୁଏଲାସ୍ଥିତ ଭାରତୀୟ ଦୂତାବାସ ସହିତ ସମ୍ପର୍କରେ ଅଛନ୍ତି ଓ ଜାହାଜ କମ୍ପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏଫଏସ୍‌ୟୁଆଇ ମଧ୍ୟ ଏହି ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହିତ ରାକେଶଙ୍କ ପରିବାର ପାଇଁ କ୍ଷତିପୂରଣ ଦାବି କରିଛି।

ଅଧିକ ପଢନ୍ତୁ